ଘର ଆଗରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା

ବାସୁଦେବପୁର: ପାରିବାରିକ କଳହକୁ କେନ୍ଦ୍ରକରି ନିଜକୁ ଜାଳିଦେଲେ ମହିଳା । ଘର ଆଗରେ ନିଜ ଦେହରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ତୁରନ୍ତ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ସହ ଗୁରୁତର ଅବସ୍ଥାରେ ମହିଳାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ମହିଳାଙ୍କ ଶରୀରର ପ୍ରାୟ ୬୦% ଅଂଶ ପୋଡ଼ିଯାଇଛି ବୋଲି ଡାକ୍ତର ସୂଚନା ଦେଛନ୍ତି ଏବଂ ତାଙ୍କର ଅବସ୍ଥା ଗୁରୁତର ରହିଛି। ମହିଳା ଜଣକ ପଢୁଆଁ ଗ୍ରାମର ହୋଇଥିବାବେଳେ ନିଜ ବାପ ଘରକୁ ଆସି ଏପରି ଉଦ୍ୟମ କରିଛନ୍ତି । ତେବେ ପାରିବାରିକ କଳହରୁ ଏପରି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବର ପାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

About The Author: Madhusudan Das