ଭୁବନେଶ୍ବର : ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅନନ୍ୟ ନେତୃତ୍ୱ ଦ୍ୱାରା ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ପ୍ରଦାନ କରିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ଯୟ ପରିଚାଳନା, କ୍ରୀଡ଼ାର ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ହୋଇଛି।ଶିକ୍ଷା ହେଉ କି ସ୍ବାସ୍ଥ୍ଯ ଅବା କୃଷି, ଏସବୁର ବିକାଶ ଦିଗରେ ଏବେ ସବୁଠି ଆଗରେ ଓଡ଼ିଶା । ରାଜ୍ଯ ସରକାରଙ୍କ ଜନହିତକାରୀ ଯୋଜନାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କ ବିଭିନ୍ନ ଜନହିତକର ଯୋଜନା ବିଶ୍ବ ସ୍ତରରେ ମଧ୍ୟ ପ୍ରଶଂସିତ ହେବାରେ ଲାଗିଛି।
କିଛି ଦିନତଳେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ଉଲ୍ଲେଖନୀୟ ସଫଳତାକୁ ସ୍ବୀକୃତି ଦେଇଥିଲା ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି)। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥି ପାଇଁ ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଯୋଗଦେବାକୁ ନିମନ୍ତ୍ରଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଯାଇ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ଗତ ଓଡ଼ିଶା ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କିପରି ଉଲ୍ଲେଖନୀୟ ସଫଳତା ହାସଲ କରିଛି ତାହା ସମଗ୍ର ବିଶ୍ବ ଆଗରେ କହିଥିଲେ । ଏଥି ସହିତ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରି ଏବଂ ଜଳବାୟୁ ଅନୁକୂଳ ଜୀବିକା ସୃଷ୍ଟି ନିମନ୍ତେ ବିକାଶମୂଳକ କାର୍ଯ୍ୟ କରି ଓଡ଼ିଶା ଧୀରେ ଧୀରେ ନିରନ୍ତର ଓ ସମନ୍ବିତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି କରୁଛି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି।
ଅନ୍ୟପଟେ ଏବେ ରାଜ୍ୟ ସରକାରଙ୍କ ଆଉ ଏକ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଶୁଣିବ ସମଗ୍ର ବିଶ୍ବ। ତାହା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼। ଜର୍ମାନୀର ବର୍ଲିନରେ ଅନୁଷ୍ଠିତ ହେଉଥିବା ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ସମଗ୍ର ବିଶ୍ବ ଶୁଣିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳ କାହାଣୀ। ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଓ ସାର୍ବଜନିନ ସ୍ବାସ୍ଥ୍ୟ ଚିକତ୍ସା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କିପରି ଏକ ମାଇଲ ଖୁଣ୍ଟ ଭାବେ ଉଭା ହୋଇଛି ଏବଂ ରାଜ୍ୟର ପ୍ରତ୍ୟେକ ଗରିବୀ ପରିବାର ସ୍ବାସ୍ଥ୍ୟ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିପରି ସଞ୍ଜିବନୀ ସାଜିଛି ତାହା ବିଶ୍ବବାସୀଙ୍କ ଆଗରେ ଉପସ୍ଥାପନ କରିବେ ସାଂସଦ ଅମର ପଟ୍ଟନାୟକ।
ସୂଚନାଯୋଗ୍ୟ ଜର୍ମାନୀର ବର୍ଲିନରେ ୧୬ରୁ ୧୮ ଅକ୍ଟୋବର ଅନୁଷ୍ଠିତ ହେଉଛି ବିଶ୍ବସ୍ବାସ୍ଥ୍ୟ ସମ୍ମିଳନୀ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଓଡ଼ିଶାରୁ ସାଂସଦ ଅମର ଶତପଥି ଯୋଗଦେଇଛନ୍ତି । ରାଜ୍ୟରେ ସାଧାରଣ ଗରିବୀ ଏବଂ ଦିନ ମଜୁରିଆ ଲୋକଟି କିଭଳି ବିଏସକେୱାଇ ଦ୍ୱାରା ଉପକୃତ ହେଉଛି । କିଭଳି ଏହା ସାଧାରଣ ଲୋକଟି ପାଇଁ ସଞ୍ଜିବନୀ ସାଜିଛି ସେ ବିଷୟରେ ଉଲ୍ଲେଖ କରିବେ ସାଂସଦ ଅମର ପଟ୍ଟନାୟକ ।