ଦିନିକିଆ ରିମାଣ୍ଡରେ ୱେବ୍ ସମ୍ପାଦକ ଓ ପ୍ରତିନିଧ୍

ଭୁବନେଶ୍ବର : ୱେବ୍‌ ଚ୍ୟାନେଲରେ ଅଲିମ୍ପିଆନ ଦୂତୀଚାନ୍ଦଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ମାମଲାରେ ଗିରଫ ହୋଇଥିବା ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଏବଂ ପୂର୍ବତନ ରିପୋର୍ଟର ସ୍କୃତିରଞ୍ଜନ ବେହେରାକୁ ଦିନିକିଆ ରିମାଣ୍ଡରେ ଆଣିଛି ମହିଳା ଥାନା ପୁଲିସ। ଉଭୟଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ସେମାନଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ସୋମବାର ମଧ୍ୟାହ୍ନରେ ମହିଳା ଥାନା ପୁଲିସ ଝାରପଡ଼ା […]

ଭୁବନେଶ୍ବର : ୱେବ୍‌ ଚ୍ୟାନେଲରେ ଅଲିମ୍ପିଆନ ଦୂତୀଚାନ୍ଦଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ମାମଲାରେ ଗିରଫ ହୋଇଥିବା ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଏବଂ ପୂର୍ବତନ ରିପୋର୍ଟର ସ୍କୃତିରଞ୍ଜନ ବେହେରାକୁ ଦିନିକିଆ ରିମାଣ୍ଡରେ ଆଣିଛି ମହିଳା ଥାନା ପୁଲିସ। ଉଭୟଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ସେମାନଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ସୋମବାର ମଧ୍ୟାହ୍ନରେ ମହିଳା ଥାନା ପୁଲିସ ଝାରପଡ଼ା ଜେଲକୁ ଯାଇ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲେ। ପୁଲିସ ସେମାନଙ୍କୁ ଦୂତୀଙ୍କ ବିରୋଧରେ ପ୍ରସାରଣ କରିଥିବା ଖବର ବିଷୟରେ ପଚରାଉଚରା କରୁଛି।

ସେମାନେ ଏହି ଖବର ପ୍ରସାରଣ କରିବା ପଛର କାରଣ କ’ଣ? କାହା ପ୍ରରୋଚନାରେ ଏଭଳି ଖବର ପ୍ରସାରଣ କରିଥିଲେ? ଆଦି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ତାଙ୍କୁ ପଚରାଉଚରା କରାଯାଉଛି। ଦୂତୀ ମଧ୍ୟ କୋର୍ଟରେ ସେମାନଙ୍କ ବିରୋଧରେ ୫କୋଟି ଟଙ୍କାର ମାନହାନି ମାମଲା କରିଛନ୍ତି। ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ଏଭଳି ଖବର ପ୍ରସାରଣ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଦୂତୀ ଅଭିଯୋଗ କରିଥିଲେ ଯେ, ସୁଧାଂଶୁ ପ୍ରତି ମୁହୂର୍ତ୍ତରେ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ତାଙ୍କ ବିରୋଧରେ ବିବାଦୀୟ ଖବର ପରିବେଷଣ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ, ଟୋକିଓରେ ଖେଳ ଉପରେ ଫୋକସ କରୁଥିବା ବେଳେ ସୁଧାଂଶୁ ତାଙ୍କୁ ମାନସିକ ନିର୍ଯାତନ ଦେଉଥିଲେ।

About The Author: The Sakala