ଭୁବନେଶ୍ୱର: ରାଜ୍ୟକୁ ଆଉ ଶୀତ ଫେରିବନି। ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି। ବର୍ତ୍ତମାନ ରାତିର ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହୁଥିଲେ ମଧ୍ୟ ଶୀତର ପ୍ରକୋପ କମିଯାଇଛି। ଅନ୍ୟପଟେ ଦିନର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଟିଟଲାଗଡ଼଼ ଓ ବୌଦ୍ଧରେ ଦିନର ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ରେକର୍ଡ କରଯାଇଥିବା ବେଳେ ୧୦ରୁ ଊର୍ଦ୍ଧ ସହରରେ ତାପମାତ୍ରା ୩୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ଅନ୍ୟପଟେ ଶୁକ୍ରବାରଠାରୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ୨୦ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆଶଙ୍କା ଥିବାରୁ ତାପମାତ୍ରା ବୃଦ୍ଧି ପାଇବ। ଯଦିଓ ବର୍ଷା ଛାଡ଼ିବା ପରେ କିଛି ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇବ। ମାତ୍ର ଏହା ଶୀତ କରାଇ ପାରିବନାହିଁ। ପୂର୍ବ ବର୍ଷ ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରୁ ପ୍ରବଳ ଗରମ ଆରମ୍ଭ ହୋଇଯାଇଥିଲା। ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଯାଜପୁର, ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ରେକର୍ଡ ହୋଇଛି। ସନ୍ଧ୍ୟାରେ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଛି।
ରାଜ୍ୟରେ ଆଉ ବଢ଼ିବନି ଶୀତ, ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟକୁ ଆଉ ଶୀତ ଫେରିବନି। ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି। ବର୍ତ୍ତମାନ ରାତିର ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହୁଥିଲେ ମଧ୍ୟ ଶୀତର ପ୍ରକୋପ କମିଯାଇଛି। ଅନ୍ୟପଟେ ଦିନର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଟିଟଲାଗଡ଼଼ ଓ ବୌଦ୍ଧରେ ଦିନର ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ରେକର୍ଡ କରଯାଇଥିବା ବେଳେ ୧୦ରୁ ଊର୍ଦ୍ଧ ସହରରେ ତାପମାତ୍ରା ୩୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ଅନ୍ୟପଟେ ଶୁକ୍ରବାରଠାରୁ ତାପମାତ୍ରାରେ ଆହୁରି […]