ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଆରଟିଆଇ ପରିସରକୁ ଆସିବ ଭିଜିଲାନ୍ସ ବିଭାଗ

କଟକ: ଏଣିକି ଭିଜିଲାନ୍ସ  ବିଭାଗ ଆରଟିଆଇ ପରିସରକୁ ଆସିବ। ଫଳରେ ଭିଜିଲାନ୍ସ ବିଭାଗ ବାବଦରେ ସୂଚନା ପାଇବାକୁ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ଅଧୀନରେ ଆବେଦନ ଦାଖଲ କରିପାରିବେ । ଦୁର୍ନୀତି ଓ ମାନବାଧିକାର ଉଲ୍ଲଙ୍ଘନ ସୂଚନା ଗୋପନୀୟ ନୁହେଁ ବୋଲି  ହାଇକୋର୍ଟ କହିଛନ୍ତି। ସରକାରୀ ଭାବେ ସୂଚନା ଦେବା ଏକ ସାଧାରଣ କଥା। କିନ୍ତୁ ନଦେବା ଏକ ବ୍ୟତିକ୍ରମ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ନେଇ ରୁଜୁ ଏକ ମାମଲାର ବିଚାର […]

କଟକ: ଏଣିକି ଭିଜିଲାନ୍ସ  ବିଭାଗ ଆରଟିଆଇ ପରିସରକୁ ଆସିବ। ଫଳରେ ଭିଜିଲାନ୍ସ ବିଭାଗ ବାବଦରେ ସୂଚନା ପାଇବାକୁ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ଅଧୀନରେ ଆବେଦନ ଦାଖଲ କରିପାରିବେ । ଦୁର୍ନୀତି ଓ ମାନବାଧିକାର ଉଲ୍ଲଙ୍ଘନ ସୂଚନା ଗୋପନୀୟ ନୁହେଁ ବୋଲି  ହାଇକୋର୍ଟ କହିଛନ୍ତି। ସରକାରୀ ଭାବେ ସୂଚନା ଦେବା ଏକ ସାଧାରଣ କଥା। କିନ୍ତୁ ନଦେବା ଏକ ବ୍ୟତିକ୍ରମ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ନେଇ ରୁଜୁ ଏକ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ ।

About The Author: The Sakala