ଆସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ; ବିଲ୍‌ ପାସ୍‌ ପାଇଁ ଠିକାଦାରଙ୍କଠୁ ନେଉଥିଲେ ୧ ଲକ୍ଷ ଟଙ୍କା ଲାଞ୍ଚ

ଭୁବନେଶ୍ୱର: ଲାଞ୍ଚୁଆ ଆସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ ଦାସଙ୍କୁ ବାନ୍ଧିଲା ଭିଜିଲାନ୍ସ । ବିଲ୍‌ ପାସ୍‌ ପାଇଁ ଠିକାଦାରଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ ଯନ୍ତ୍ରୀ । ଆଉ ଏହି ୧ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ତାଙ୍କୁ ଗିରଫ କରିଛି । ଗତକାଲି ଏକ ଲକ୍ଷ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ତାଙ୍କ ନିକଟରୁ ମିଳିଥିଲା ଆଉ ୧ ଲକ୍ଷ ୨୬ ହଜାର ଟଙ୍କା […]

ଭୁବନେଶ୍ୱର: ଲାଞ୍ଚୁଆ ଆସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ ଦାସଙ୍କୁ ବାନ୍ଧିଲା ଭିଜିଲାନ୍ସ । ବିଲ୍‌ ପାସ୍‌ ପାଇଁ ଠିକାଦାରଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ ଯନ୍ତ୍ରୀ । ଆଉ ଏହି ୧ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ତାଙ୍କୁ ଗିରଫ କରିଛି । ଗତକାଲି ଏକ ଲକ୍ଷ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ତାଙ୍କ ନିକଟରୁ ମିଳିଥିଲା ଆଉ ୧ ଲକ୍ଷ ୨୬ ହଜାର ଟଙ୍କା । ଯାଞ୍ଚବେଳେ ମୋଟ ୩ ଲକ୍ଷ ୫୬ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଭଡା ଘରୁ ମିଳିଥିଲା ୧ ଲକ୍ଷ ୩୦ ହଜାର ଟଙ୍କା । ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏ ନେଇ ରୁଜ୍ଜୁ ହୋଇଛି ମାମଲା ।

ସୂଚନାଯୋଗ୍ୟ, ଜଣେ ଠିକାଦାରଙ୍କର ୭ ଲକ୍ଷ ଟଙ୍କା ବିଲ୍‌ ବାକି ଥିଲା । ଉକ୍ତ ବିଲ୍‌ ପାସ୍‌ ପାଇଁ ଠିକାଦାର ଜଣଙ୍କ ନରେଶଙ୍କ ପାଖକୁ ଯାଇଥିଲେ । ନରେଶ ବିଭିନ୍ନ ବାହାନାରେ ଦିନ ଗଡ଼ାଇ ଚାଲିଥିଲେ । ତେବେ ଗତ ସପ୍ତାହରେ ଠିକାଦାରଙ୍କୁ ନରେଶ କହିଥିଲେ ଦେଢ଼ ଲକ୍ଷ ଟଙ୍କା ଦେଲେ ୭ ଲକ୍ଷ ଟଙ୍କାର ବିଲ୍‌ ପାସ୍‌ କରି ଦେବେ । ଏତେ ଟଙ୍କା ଦେବାକୁ ନରେଶ ରାଜି ହୋଇ ନଥିଲେ । ଶେଷରେ ୧ ଲକ୍ଷ ଟଙ୍କାରେ କଥା ଛିଡ଼ିଥିଲା । ଠିକାଦାର ଜଣଙ୍କ ଏନେଇ ଭିଜିଲାନ୍ସ ଅଫିସ୍‌ରେ ଜଣାଇଥିଲେ । ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ ଯୋଜନା କରିଥିଲେ ।

About The Author: The Sakala