ଭୁବନେଶ୍ୱର: ଭୁବନେଶ୍ୱରରେ ୟୁପି ପୋଲିସ । ଗାଡି ମାଲିକଙ୍କୁ ଖୋଜିବା ପାଇଁ ଧଉଳି ଅଞ୍ଚଳରେ ଚଢ଼ାଉ। ଧଉଳି ଥାନା ଅନ୍ତର୍ଗତ ଉତ୍ତରା ଛକରେ ଉତ୍ତରପ୍ରଦେଶ ପୋଲିସର ଛାପା । କିଛିମାସ ତଳେ ଦୁର୍ଘଟଣାରେ ୟୁପିରେ ଏକ ଗାଡି ଧରାପିଡ଼ିଥିଲା । ପରେ ସେହି ଗାଡ଼ିଟି କିଛି ଦୋନମ୍ବରି କାମରେ ଲିପ୍ତ ଥିବା ଜଣାପଡିଥିଲା । ଡ୍ରାଇଭରକୁ କାବୁ କରିବା ପରେ ସେ ଓଡ଼ିଶାରେ ମାଲିକ ରହୁଥିବା କଥା କହିଥିଲା । ଖବର ମିଳିବା ପରେ ଆଜି ସକାଳୁ ଧଉଳି ଥାନା ପୋଲିସ ସହାୟତାରେ ଚଳାଇଛି ଛାପା