ମୁଖ୍ୟ ଫାଟକରେ ତାଲା ପକାଇ ଏନ୍ଏଚ୍ ଅବରୋଧ କଲେ ବାଣୀବିହାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଏହାକୁ ନଜରରେ ରଖି  ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାଜଧାନୀର ବିଭିନ୍ନ ସରକାର ଓ ବେସରକାରୀ କଲେଜ , ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଛାଡିବା ପାଇଁ ନୋଟିସ୍‌ ଜାରି କରାଯାଇଛି। ଯାହାକୁ ବିରୋଧ କରି ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ […]

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଏହାକୁ ନଜରରେ ରଖି  ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାଜଧାନୀର ବିଭିନ୍ନ ସରକାର ଓ ବେସରକାରୀ କଲେଜ , ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଛାଡିବା ପାଇଁ ନୋଟିସ୍‌ ଜାରି କରାଯାଇଛି। ଯାହାକୁ ବିରୋଧ କରି ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ଏବଂ ଆଗକୁ ପରୀକ୍ଷା ଥିବାବେଳେ କରୋନା ଆଳ ଦେଖାଇ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶର ପ୍ରତିବାଦ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।

 

ପ୍ରତିବାଦ ଜଣାଇ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ‌ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ପ୍ଲାକାର୍ଡ ଓ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଉପରେ ଧାରଣା ଦେଇଛନ୍ତି । ରାସ୍ତା ଉପରେ ଧାରଣା ଦେବା ଫଳରେ ବାଣୀବିହାର ଛକରେ ଗାଡି ମଟର ଚଳଚଳ ପ୍ରଭାବିତ ହୋଇଛି । ସେହି ରାସ୍ତା ଦେଇ ଯାଉଥିବା ‘ମୋ ବସ୍‌’କୁ ମଧ୍ୟ ଆନ୍ଦୋଳନରତ ଛାତ୍ରଛାତ୍ରୀ ଅଟକାଇଦେଇଛନ୍ତି । ତୁରନ୍ତ ବିଏମ୍‌ସି ତାର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । କରୋନା ଆଳରେ ଶିକ୍ଷାନୁଷ୍ଠାନ ବନ୍ଦ ନକରିବା ଦାବିରେ ଅଡିବସିଛନ୍ତି ଛାତ୍ରଛାତ୍ରୀ।

ବିଏମସି ନିର୍ଦ୍ଦେଶନାମା ଜାରି କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ନିଷ୍ପତ୍ତି କ୍ରମେ ଏପ୍ରିଲ ୧୨ ତାରିଖରୁ ପିଜି(ସ୍ନାତକୋତ୍ତର) ୪ର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଥିବାବେଳେ ପ୍ରଥମ ସେମିଷ୍ଟର ପିଲାଙ୍କୁ ମିଡ୍‍ ସେମିଷ୍ଟର ସରିବା ପରେ ହଷ୍ଟେଲ ଛାଡ଼ିବା ପାଇଁ ନିର୍ଦ୍ଦେଶ ହୋଇଛି। ତେବେ ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀ ଏପ୍ରିଲ୍‍ ୧୬ ତାରିଖ ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମୟ ଦେଇଛନ୍ତି। ଅପରପକ୍ଷେ ଏମଫିଲ୍‍ ଓ ପିଏଚ୍‍ଡି ରିସର୍ଚ୍ଚ ସ୍କଲାରଙ୍କ ପାଇଁ ହଷ୍ଟେଲ ଖୋଲା ରହିବ। ଅନ୍ୟପକ୍ଷରେ କ୍ୟାମ୍ପସ ଓ ହଷ୍ଟେଲ ପରିସରରେ ସମସ୍ତ ଛାତ୍ରଛାତ୍ରୀ କରୋନା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ନିୟମିତ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ବଜାୟ ରଖିବା ଆଦି ଉପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି। ଅନୁରୂପ ଭାବରେ ଭୁବନେଶ୍ୱରର ଅନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ପରୀକ୍ଷା ନ ଥିବା ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ପରୀକ୍ଷା ନ ଥିବା ଛାତ୍ରଛାତ୍ରୀ ତୁରନ୍ତ କ୍ୟାମ୍ପସ ଛାଡ଼ିବାକୁ ବିଏମସି ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲା।

About The Author: The Sakala