ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଗୋବିନ୍ଦ ସାହୁ ମାର୍କେଟରେ ଚଢ଼ାଉ, ଶିଶୁ ଶ୍ରମିକ ଉଦ୍ଧାର…

ଭୁବନେଶ୍ବର: ରାଜଧାନୀରେ ଶିଶୁ ଶ୍ରମିକ କାମ କରିବା ବେଳେ ଚଢ଼ାଉ। ରୁଚିକା ଚାଇଲଡ ଲାଇନ ପକ୍ଷରୁ ଚଢ଼ାଉ। ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଚଢ଼ାଉ। ଗୋବିନ୍ଦ ସାହୁ ମାର୍କେଟ ଭିତରେ ଥିବା ଦୁଇଟି ହୋଟେଲରେ ଚଢ଼ାଉ। ନାବାଳକ ମାନଙ୍କୁ କାମ କରାଉଥିବା ନେଇ ଅଭିଯୋଗ ହେଉଥିଲା। ୧୦ ବର୍ଷରୁ କମ ପିଲାଙ୍କୁ ବାସନ ମଜା, ପ୍ଲେଟ ସଫା କାମରେ ନିୟୋଜିତ କରାଯିବା ନେଇ ଅଭିଯୋଗ ହୋଇଥିଲା  ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ରୁଚିକା ଚାଇଲଡ ଲାଇନ […]

ଭୁବନେଶ୍ବର: ରାଜଧାନୀରେ ଶିଶୁ ଶ୍ରମିକ କାମ କରିବା ବେଳେ ଚଢ଼ାଉ। ରୁଚିକା ଚାଇଲଡ ଲାଇନ ପକ୍ଷରୁ ଚଢ଼ାଉ। ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଚଢ଼ାଉ। ଗୋବିନ୍ଦ ସାହୁ ମାର୍କେଟ ଭିତରେ ଥିବା ଦୁଇଟି ହୋଟେଲରେ ଚଢ଼ାଉ। ନାବାଳକ ମାନଙ୍କୁ କାମ କରାଉଥିବା ନେଇ ଅଭିଯୋଗ ହେଉଥିଲା। ୧୦ ବର୍ଷରୁ କମ ପିଲାଙ୍କୁ ବାସନ ମଜା, ପ୍ଲେଟ ସଫା କାମରେ ନିୟୋଜିତ କରାଯିବା ନେଇ ଅଭିଯୋଗ ହୋଇଥିଲା  ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ରୁଚିକା ଚାଇଲଡ ଲାଇନ କର୍ମକର୍ତ୍ତା। ଶିଶୁ ଶ୍ରମିକ ପ୍ରଥା ଲୋପ କରିବା ପାଇଁ ବିଭିନ୍ନ ମହଲରୁ ସଚେତନ କରାଯାଉଛି। ତଥାପି ଯିଏ ନିୟମ ଅବମାନନା କରୁଛି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ରୁଚିକା ଚାଇଲଡ ଲାଇନ ପକ୍ଷରୁ କୁହାଯାଇଛି।

 

 

About The Author: The Sakala