ଆସନ୍ତାକାଲିଠୁ ଖୋଲିବ ୟୁନିଟ-୧ ହାଟ, ବ୍ୟବସାୟୀ ସଂଘ ତରଫରୁ ସୂଚନା

ଭୁବନେଶ୍ବର: ଆସନ୍ତାକାଲିଠୁ ଖୋଲିବ ୟୁନିଟ-୧ ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ତରଫରୁ ଏହି ସୂଚନା ଦିଆଯାଇଛି। ପାର୍କିଂ, ଜବରଦଖଲ ସମସ୍ୟ ସହ ବିଭିନ୍ନ ଦାବିକୁ ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ । ପ୍ରାୟ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ଫଳରେ ଏହା ଯୋଗୁଁ ଉଭୟ ଗ୍ରାହକ ଏକ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ […]

ଭୁବନେଶ୍ବର: ଆସନ୍ତାକାଲିଠୁ ଖୋଲିବ ୟୁନିଟ-୧ ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ତରଫରୁ ଏହି ସୂଚନା ଦିଆଯାଇଛି। ପାର୍କିଂ, ଜବରଦଖଲ ସମସ୍ୟ ସହ ବିଭିନ୍ନ ଦାବିକୁ ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ । ପ୍ରାୟ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ଫଳରେ ଏହା ଯୋଗୁଁ ଉଭୟ ଗ୍ରାହକ ଏକ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ତେବେ ମଙ୍ଗଳବାର ବିଏମସି ଟିମ୍‌ ହାଟ ପରିଦର୍ଶନ କରି ବ୍ୟବସାୟୀ ସଂଘ ସହ ଆଲୋଚନା କରିଥିଲ। ବିଏମସି ତରଫରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଥିବା ସୂଚନା ଦେଇଛନ୍ତି ସଂଘ ସଭାପତି । ସେହିପରି ମୁଖ୍ୟ ପାର୍କିଂ ସମସ୍ୟାକୁ ସମାଧାନ କରିବାକୁ ୨ରୁ ୪ ଦିନ ସମୟ ନେବା ସହ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ସଂଘ।

About The Author: The Sakala