କୁଆଖାଇ ନଦୀରେ ଭାସି ୨ ଯୁବକ ନିଖୋଜ, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି

ବାଲିଅନ୍ତା: ନଦୀରେ ଗାଧୋଇବା ବେଳେ ବୁଡିଗଲେ ୨ ଛାତ୍ର । କୁଆଖାଇ ନଦୀରେ ଭାସି ୨ ଯୁବକ ନିଖୋଜ ।ବାଲିଅନ୍ତା ଥାନା ସତ୍ୟଭାମାପୁର ପଞ୍ଚାୟତ ସାଇ ମନ୍ଦିର ନିକଟରେ ଘଟିଛି ଏପରି ଅଭାବନୀୟ ଘଟଣା । ୪ ଜଣ ଯୁବକ ଗାଧୋଇବାକୁ ଆସିଥିବା ବେଳେ ୨ ଜଣ ନଦୀରେ ଭାସି ଯାଇ ନିଖୋଜ ଅଛନ୍ତି । ନିଖୋଜଙ୍କୁ ଖୋଜିବା ପାଇଁ ଗ୍ନିଶମ ବିଭାଗ ସର୍ଚ୍ଚ ଅପରେସନ ଜାରି ରଖିଛି ।  

ଦୁଇ ନିଖୋଜ ଯୁବକ ହେଲେ ଦିବ୍ୟଜ୍ୟୋତି ସ୍ୱାଇଁ ଓ ରୁଦ୍ର ନାରାୟଣ ସ୍ୱାଇଁ । ଦିବ୍ୟଜ୍ୟୋତିଙ୍କ ଘର ଲକ୍ଷ୍ମୀସାଗର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଧଉଳି ଅଞ୍ଚଳରେ । ଦୁହିଁଙ୍କ ବୟସ ୨୦ ବର୍ଷ ଭିତରେ ହୋଇଥିବା ସନ୍ଦେହ । ଆଜି ଦିବ୍ୟଜ୍ୟୋତି ଓ ରୁଦ୍ର ନାରାୟଣ ସେମାନଙ୍କ ଆଉ ୨ ସାଙ୍ଗଙ୍କ ସହ କୁଆଖିଆକୁ ଗାଧୋଇବାକୁ ଯାଇଥିଲେ। ହେଲେ ଦିବ୍ୟଜ୍ୟୋତି ଓ ରୁଦ୍ର ନାରାୟଣ ବୁଡ଼ି ଯାଇଛନ୍ତି। ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛି। 

About The Author: Madhusudan Das