ସେପ୍ଟିକ ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ଵାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର

ସମ୍ବଲପୁର: ସେପ୍ଟିକ ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକ ମୃତ । ନବନିର୍ମିତ ସେପ୍ଟିକ ଟାଙ୍କିରେ ସେଣ୍ଟ୍ରିଂ ଖୋଲିବାବେଳେ ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଆଉ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା କେଶାଇଇବାହାଲ ଠାରେ ଘଟିଛି ଏପରି ଅଘଟଣ । ମୃତ ଶ୍ରମିକ ଦ୍ୱୟ ହେଉଛନ୍ତି ସୁଶୀଲ ନାଏକ ଓ ଭିକାରୀ ଚରଣ ବେହେରା। ଦୁଇ ଗୁରୁତରଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ନବନିର୍ମିତ ସେପ୍ଟିକ ଟାଙ୍କିରେ ସେଣ୍ଟ୍ରିଂ ଖୋଲିବା ପାଇଁ ପଶିଥିଲେ ୪ ଜଣ ଶ୍ରମିକ ।  ସେଣ୍ଟ୍ରିଂ ଖୋଲିବାବେଳେ ହଠାତ୍ ସେପ୍ଟିକ ଟାଙ୍କିଟି ଭୁଶୁଡ଼ି ପଡିଥିଲା । ଯାହାଫଳରେ ୪ ଜଣ ଶ୍ରମିକ ଭିତରେ ଫଶିଯାଇଥିଲେ । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଯାଇଛି ।  

About The Author: Madhusudan Das