ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପାଇଁ ଗଠନ ହେବ ଦୁଇଟି ଟିମ୍, SOP ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ବଡ଼ ସୂଚନା । ରତ୍ନଭଣ୍ଡାର ଗଣତିମଣତି ପାଇଁ ରହିବେ ଦୁଇଟି ଟିମ୍ । ତତ୍ତ୍ବାବଧାରକ ଟିମ୍‌ ଓ କାର୍ଯ୍ୟବାହୀ ଟିମ୍‌ ଗଠନ ହେବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ବୈଠକ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି ଆସିଛି । ୧୪ ପୃଷ୍ଠା ବିଶିଷ୍ଟ ରହିଛି ଏସଓପି । ଶ୍ରୀମନ୍ଦିର ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ସରକାରଙ୍କ ଅନୁମୋଦିତ ଏସଓପିକୁ ପରିଚାଳନା କମିଟିରେ ଆଲୋଚନା କରାଯିବ । ଦର୍ଶନ ବ୍ୟବସ୍ଥା ଓ ନୀତିକୁ ଗୁରୁତ୍ୱ ଦିଆଯାଇଛି । ପର୍ବପର୍ବାଣି ଓ ବହୁଳ ନୀତି ସମୟରେ ଗଣତି ମଣତି ହେଇପାରିବ ନାହିଁ ।  ଶୁଭ ମୁହୂର୍ତ୍ତ ଦେଖି ନିଷ୍ପତି ନିଆଯିବ ।  ମରାମତି ଓ ସ୍ଥାନାନ୍ତରଣ ପ୍ରକ୍ରିୟା ନିର୍ବିଘ୍ନରେ ଶେଷ ହୋଇଛି । କାର୍ଯ୍ୟ ତଦାରଖ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପ ମୁଖ୍ୟ ପ୍ରଶାସକ । ଉଚ୍ଚସ୍ତରୀୟ କମିଟିର ଦୁଇ ଜଣ ରହିବେ । 

ଗଣତିମଣତି ପାଇଁ ତତ୍ତ୍ବାବଧାରକ ଟିମ୍‌ ଓ କାର୍ଯ୍ୟବାହୀ ଟିମ୍‌ ଗଠନ କରାଯିବ। ଏହି ଟିମରେ ରତ୍ନ ଚିହ୍ନିବା ପାଇଁ RBIର ଦୁଇ ଜଣ ଏକ୍ସପର୍ଟ ରହିବେ। ଦୁଇ ଜଣ ଫଟୋଗ୍ରାଫର ରହିବେ । ସମସ୍ତ କାର୍ଯ୍ୟର ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯିବ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯିବ ।  ଦ୍ୱିତୀୟରେ ବାହାର ରତ୍ନଭଣ୍ଡାର ଗଣତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କରାଯିବ। ନିଳଦ୍ରୀ ବିଜେ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ କେଉଁଦିନ ଠାରୁ ଗଣତି ହେବ ତାହା ପରିଚାଳନା କମିଟି ସ୍ଥିର କରିବ। 

About The Author: Madhusudan Das