ଭୁବନେଶ୍ୱର: ଓଡ଼ିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏସ୍ଓଜି ର ଦୁଇ ବୀର ଯବାନଙ୍କୁ ମିଳିବ ମରୋଣତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ। ସାହସିକତା ଓ ବୀରତ୍ୱ ପାଇଁ ଏସ୍ଓଜି କମାଣ୍ଡୋ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ମିଳିବ ଏହି ସମ୍ମାନ। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କ ନାଁ ଘୋଷଣା କରାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ,ସେପ୍ଟେମ୍ବର ୯ ତାରିଖ ୨୦୨୦ରେ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ହୋଇଥିବା ପୋଲିସ-ମାଓବାଦୀ ଗୁଳି ବିନିମୟରେ ଏହି ଦୁଇ ଯବାନ ସହିଦ ହୋଇଥିଲେ । ମାଓବାଦୀଙ୍କ ସହ ଲଢେଇରେ ଦୁଇ ବୀର ଯବାନ ସହିଦ ହୋଇଥିବାବେଳେ ୫ ମାଓବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ସହିଦ ଯବାନଙ୍କ ଘର ହେଉଛି ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାରେ। ଦେବାଶିଷଙ୍କ ଘର ଅନୁଗୁଳ ଜିଲ୍ଲାର ରାଜକିଶୋରନଗରର ଅଙ୍ଗପଡ଼ାରେ ହୋଇଥିବା ବେଳେ ବାରିପଦା ସାନଭଦୁଆ ଗାଁ ହେଉଛି ସୁଧିର ଟୁଡୁଙ୍କ ଘର ।