ସୀମାନ୍ତରେ ଦୁଇ କୁଖ୍ୟାତ ମାଓନେତାଙ୍କ ଆତ୍ମସମର୍ପଣ, ଉଭୟଙ୍କ ନାଁରେ ଥିଲା ଦେଢ଼କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର

ମାଲକାନଗିରି: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନା ପୋଲିସ ନିକଟରେ ମାଓ ସଂଗଠନର ଦୁଇ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିତଥିବା ମାଓ ସଙ୍ଗଠନର ଅନେକ ବଡ ବଡ ନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି। ଏହାରି ମଧ୍ୟରେ ଆଜି ତେଲେଙ୍ଗନାରେ ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା ଏବଂ ଷ୍ଟେଟ କମିଟି ମେମ୍ବର ବି.ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି। ସିସି ମେମ୍ବର ପୁଲୁରି ପ୍ରସାଦ ଗତ ୪୫ ବର୍ଷ ଧରି ମାଓ ସଙ୍ଗଠନ ସହ ଜଡିତ ଥିବା ବେଳେ ଅନେକ ବଡ ବଡ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା। ସେହିପରି ବି.ପ୍ରକାଶ ମଧ୍ୟ ପ୍ରାୟ ୪୦ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲା। ଉଭୟ ମାଓନେତାଙ୍କ ନାମରେ ଦେଢ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର ରାଶି ରହିଥିଲା । ତେବେ ଏହି ଦୁଇ କୁଖ୍ୟାତ ମାଓ ନେତାଙ୍କର ଆତ୍ମସମର୍ପଣ ପୋଲିସ ପାଇଁ ଏକ ବଡ ସଫଳତା କୁହାଯାଉଛି। ହିଂସାର ପଥ ଛାଡି ଏମାନେ ସାଧାରଣ ଜୀବନଯାପନ ପାଇଁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।

About The Author: Madhusudan Das