ଗଞ୍ଜାମ: ପୋଖରୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡି ଦୁଇ ନାବାଳିକା ସାଙ୍ଗ ମୃତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ପତାଣ୍ଡ ଗାଁରେ ଘଟିଛି ଏପରି ଅଘଟଣ । ସୂଚନା ଅନୁସାରେ, ସପ୍ତମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ସାଙ୍ଗ ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଜଣେ ବୁଡ଼ିଯାଇଥିଲେ । ଯାହାକୁ ଦେଶି ଅନ୍ୟ ଜଣେ ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଉଦ୍ଧାର କରିବା ବଦଳରେ ସେ ନିଜେ ବି ବୁଡ଼ିଯାଇଥିଲେ । ସ୍ଥାନୀୟଲୋକେ ଦେଖି ପାଣିରୁ ଜଣକୁ ଉଦ୍ଧାର କରିଥିଲେ । ଆଉ ଜଣକୁ ପାଇନଥିଲେ ।
ତେବେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୁଇ ଜଣଙ୍କୁ ଗୁରୁତର ଭାବେ ପାଣିରୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ସାଙ୍ଗଙ୍କ ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।