ବନ୍ଦ ଘର ଭିତରୁ ଦୁଇ ସମ୍ପର୍କୀୟ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୁରଭଞ୍ଜ: ବନ୍ଦ ଘର ଭିତରୁ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ସାନକୁମରୁମ ଗ୍ରାମରେ। ସୂଚନା ଅନୁସାରେ, ଆଜି ସକାଳ ହେବା ପରେ ବି ଘର କବାଟ ଖୋଲା ନ ହେବାରୁ ଓ ଘର ଭିତରୁ ଛୋଟ ଛୁଆର କାନ୍ଦ ଶବ୍ଦ ଶୁଣି ପଡିଶା ଲୋକଙ୍କ ସନ୍ଦେହ ହୋଇଥିଲା। ଫଳରେ ଘର ଛପର ଖୋଲି ଦେଖିଲା ବେଳକୁ ଦୁଇ ଝିଅଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ […]

ମୟୁରଭଞ୍ଜ: ବନ୍ଦ ଘର ଭିତରୁ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ସାନକୁମରୁମ ଗ୍ରାମରେ। ସୂଚନା ଅନୁସାରେ, ଆଜି ସକାଳ ହେବା ପରେ ବି ଘର କବାଟ ଖୋଲା ନ ହେବାରୁ ଓ ଘର ଭିତରୁ ଛୋଟ ଛୁଆର କାନ୍ଦ ଶବ୍ଦ ଶୁଣି ପଡିଶା ଲୋକଙ୍କ ସନ୍ଦେହ ହୋଇଥିଲା। ଫଳରେ ଘର ଛପର ଖୋଲି ଦେଖିଲା ବେଳକୁ ଦୁଇ ଝିଅଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ମୃତ ଝିଅ ଦୁଇ ଜଣ ହେଲେ ସୁନିତା ବଦ୍ରା ଓ ମନୀଷା ଆଲଦା। ସୁନୀତାର ଘର ଝାରଖଣ୍ଡର ଲାଗଳା ଗ୍ରାମର ହୋଇଥିଲେ ବି ମାମୁଁ ଘରେ ରହୁଥିଲା। ପରିବାର ଲୋକେ ସକାଳୁ ବିଲକୁ କାମ ପାଇଁ ଚାଲି ଯାଇଥିବାରୁ ଘଟଣା ବିଷୟରେ ଜାଣି ପାରି ନଥିଲେ। ହେଲେ ପରବର୍ତୀ ସମୟରେ ଖବର ପାଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇ ଥିଲେ । ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘେରରେ।

About The Author: The Sakala