ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ

ନୂଆଦିଲ୍ଲୀ : ବିଜେପିର ଲୋକସଭା ସାଂସଦ ରାଜେଶ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟି(୨୦୨୩-୨୪) ରେ ସଦସ୍ୟ ରୂପେ ବିଜେଡିର ଦୁଇଜଣ ସାଂସଦ ସ୍ଥାନ ପାଇଛନ୍ତି। କମିଟିରେ ସ୍ଥାନ ପାଇଥିବା ବିଜେଡିର ଦୁଇ ଜଣ ହେଲେ ଲୋକସଭା ସାଂସଦ ଶର୍ମିଷ୍ଠା କୁମାରୀ ସେଠୀ ଏବଂ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ। ଏହି କମିଟିରେ ସମୁଦାୟ ୩୦ ଜଣ ସଦସ୍ୟ ରହିଛନ୍ତି। ଲୋକସଭାରୁ ୨୦ ଓ ରାଜ୍ୟସଭାରୁ ୧୦ ଜଣ କମିଟିର ସଦସ୍ୟ […]

ନୂଆଦିଲ୍ଲୀ : ବିଜେପିର ଲୋକସଭା ସାଂସଦ ରାଜେଶ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟି(୨୦୨୩-୨୪) ରେ ସଦସ୍ୟ ରୂପେ ବିଜେଡିର ଦୁଇଜଣ ସାଂସଦ ସ୍ଥାନ ପାଇଛନ୍ତି। କମିଟିରେ ସ୍ଥାନ ପାଇଥିବା ବିଜେଡିର ଦୁଇ ଜଣ ହେଲେ ଲୋକସଭା ସାଂସଦ ଶର୍ମିଷ୍ଠା କୁମାରୀ ସେଠୀ ଏବଂ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ। ଏହି କମିଟିରେ ସମୁଦାୟ ୩୦ ଜଣ ସଦସ୍ୟ ରହିଛନ୍ତି। ଲୋକସଭାରୁ ୨୦ ଓ ରାଜ୍ୟସଭାରୁ ୧୦ ଜଣ କମିଟିର ସଦସ୍ୟ ରହିଛନ୍ତି। ଏହି କମିଟିର କାର୍ଯ୍ୟକାଳ କମିଟିର ପ୍ରଥମ ବୈଠକରୁ ବର୍ଷେ ପର୍ଯ୍ୟନ୍ତ ରହିବ ବୋଲି ଲୋକସଭା ସଚିବାଳୟରୁ ପ୍ରକାଶିତ ବୁଲେଟିନ୍‌ରେ ଉଲ୍ଲେଖ ରହିଛି।

About The Author: The Sakala