ଅଧା ରହିଗଲା ଜଗା ଦର୍ଶନ; ୨୦ ଫୁଟ ତଳକୁ ତୀର୍ଥଯାତ୍ରୀ ବସ୍‌ ଖସି ୪ ମୃତ, ୧୭ରୁ ଅଧିକ ଗୁରୁତର

ଜଳେଶ୍ଵର: ଅଧାରେ ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ । ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା । ଭାରସ୍ୟାମ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଲା ତୀର୍ଥ ଯାତ୍ରୀ ବସ । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ୨୩ ଜଣ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୁରୁତରଙ୍କୁ […]

ଜଳେଶ୍ଵର: ଅଧାରେ ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ । ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା । ଭାରସ୍ୟାମ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଲା ତୀର୍ଥ ଯାତ୍ରୀ ବସ । ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ୨୩ ଜଣ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟମାନେ ଜଳେଶ୍ଵର ହସ୍ପିଟାଲରେ ଚିକିତ୍ସିତ। NH ୬୦ ଏକତାଳି ବାଇପାସ୍ ନିକଟରେ ହୋଇଛି ଦୁର୍ଘଟଣା । ଜଳେଶ୍ଵର ପୋଲିସ, ଅଗ୍ନିଶମ ବିଭାଗର ତିନି ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ ।

ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶ ର ସିଦ୍ଧାନ୍ତ ନଗର ଜିଲ୍ଲା ଓବଲରାମ ପୁର ଜିଲ୍ଲାର ୫୭ ଜଣ ତୀର୍ଥ ଯାତ୍ରୀ କ୍ରିଷ୍ନା ନାମକ ବସ ଯୋଗେ ଗତ ୧୮ ତାରିଖ ଦିନ ତୀର୍ଥଯାତ୍ରା ପାଇଁ ବାହାରି ଥିଲେ । ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ପରେ ଗତକାଲି କଲିକତାରୁ ପୁରୀ ଅଭିମୁଖେ ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ରାତି ପ୍ରାୟ ୧୨:୩୦ ସମୟରେ ୬୦ ନମ୍ବର ଜାତୀୟ ରାଜପଥର ଏକତାଳି ନିକଟରେ ବସଟି ଭାରସାମ୍ଯ ହରାଇ ଜାତୀୟ ରାଜପଥର ୨୦ ଫୁଟ ତଳକୁ ଓଲଟି ପଡିଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନ, ଜଳେଶ୍ବର ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ବସ୍ କୁ କାଟି ଚାପି ରହିଥିବା ଲୋକଙ୍କୁ ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣା ସ୍ଥଳରୁ ଜଳେଶ୍ବର ପୋଲିସ ଏଜେଣ୍ଟ ଓ ଡ଼୍ରାଇଭର କଣ୍ଡକ୍ଟରକୁ ଅଟକ ରଖି ତଦନ୍ତ କରୁଛି ।

About The Author: The Sakala