ଆଜି ନୂଆଁଖାଇ: ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ, ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୀତି ନିର୍ଘଣ୍ଟ ଅନୁସାରେ ମା’ ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ । ଯେଉଁ ମାଟି ବଞ୍ଚିରହିବା ପାଇଁ ମଣିଷକୁ ଅନ୍ନ ମୁଠାଏ ଦିଏ, ତା’ର ପୂଜା ନ କରି ମଣିଷ ନବାନ୍ନ ଗ୍ରହଣ କରିପାରେନା। ଚାଷୀଟିଏ ଖରା, ବର୍ଷା, ଶୀତକୁ […]

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୀତି ନିର୍ଘଣ୍ଟ ଅନୁସାରେ ମା’ ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ । ଯେଉଁ ମାଟି ବଞ୍ଚିରହିବା ପାଇଁ ମଣିଷକୁ ଅନ୍ନ ମୁଠାଏ ଦିଏ, ତା’ର ପୂଜା ନ କରି ମଣିଷ ନବାନ୍ନ ଗ୍ରହଣ କରିପାରେନା। ଚାଷୀଟିଏ ଖରା, ବର୍ଷା, ଶୀତକୁ ଖାତିର୍‌ ନ କରି ଯେଉଁ ପ୍ରଥମ ଖାଦ୍ୟଶସ୍ୟ ଅମଳ କରିଥାଏ, ତାକୁ ଇଷ୍ଟଦେବୀଙ୍କ ପାଖରେ ଭୋଗ ନ ଲଗାଇ ଆତ୍ମତୃପ୍ତି ଲାଭ କରିପାରେନା। ଶାସ୍ତ୍ର କହେ, ଅନ୍ନ ହିଁ ବ୍ରହ୍ମ। ସେହି ବ୍ରହ୍ମକୁ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଅନ୍ୟ ନାମ ଅନ୍ନଯଜ୍ଞ ଏବଂ ଉତ୍ପାଦିତ ପ୍ରଥମ ଶସ୍ୟ ଦ୍ବାରା ସଂପାଦିତ ଏହି ଅନ୍ନଯଜ୍ଞକୁ କୁହାଯାଏ ନବାନ୍ନ ଭକ୍ଷଣ। ଖାସ୍‌ ସେଥିପାଇଁ ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ।

ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ପାଖରେ ଓ ବଲାଙ୍ଗିରର ମା’ ପାଟଣେଶ୍ୱରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ସମ୍ବଲପୁରରେ ମା’ ସମଲେଇଙ୍କଠାରେ ଆଜି ପୂର୍ବାହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ ସ୍ଥିର ହୋଇଛି। ଏହି ସମୟରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି କରିବା ପରେ ନବାନ୍ନ ଭକ୍ଷଣ କରିବେ।

ନୂଆଁଖାଇ ଅବସରରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ଭେଟଘାଟ କାର୍ଯ୍ୟକ୍ରମ। ର୍ପୂବରୁ ଦୂରଦୁରାନ୍ତରେ ରହିଥିବା ପରିବାର ସଦସ୍ୟ ଓ ସମ୍ପର୍କୀୟ ନୂଆଖାଇ ପାଇଁ ଘରେ ପହଞ୍ଚିସାରିଛନ୍ତି। ନୂଆଁଖାଇ ଅବସରରେ ପଶ୍ଚିମଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।

About The Author: The Sakala