ତାତିରୁ ମିଳିବ ତ୍ରାହି : କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା, ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ସତର୍କତା

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ତାତି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାଜ୍ୟର କିଛି  ସ୍ଥାନରେ ତାପମାତ୍ରା ଉପର ମୁହାଁ ରହିଛି। ତେବେ ଏହାରି ମଧ୍ୟରେ ତାତିରୁ ତ୍ରାହି ମିଳିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଖରା ଗରମରୁ […]

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ତାତି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାଜ୍ୟର କିଛି  ସ୍ଥାନରେ ତାପମାତ୍ରା ଉପର ମୁହାଁ ରହିଛି। ତେବେ ଏହାରି ମଧ୍ୟରେ ତାତିରୁ ତ୍ରାହି ମିଳିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଖରା ଗରମରୁ ମିଳିପାରେ ମୁକ୍ତି, ରାଜ୍ୟର ବିଭିନ୍ନ ଜାଗାରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ଯର ବିଭିନ୍ନ ଜାଗାରେ ହାଲୁକା ଓ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ।ଆଜିଠୁ ପାଗରେ ପରିବର୍ତ୍ତନ ଦେଖାଦେବା ସହ ଆସନ୍ତା ୫ ତାରିଖ ଯାଏ ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସହ କିଛି ସ୍ଥାନରେ ଝଟକା ପବନ ୪୦ ରୁ ୫୦ କିମି ରହିପାରେ ବୋଲି  ମଧ୍ୟ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

https://twitter.com/mcbbsr/status/1906610974263816671?ref_src=twsrc%5Etfw


ଆଗାମୀ ୨୪ ଘଣ୍ଟା ଭିତରେ ମୟୁରଭଞ୍ଜ, କେନ୍ଦୁଝର,ଅନୁଗୁଳ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର,କୋରାପୁଟ, ଓ ମାଲାକନଗିରି ଜିଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ସହିତ ୪୦ ରୁ୫୦ କିଲୋମିଟର ବେଗରେ ପବନ ବହିପାରେ ।

About The Author: The Sakala