ଭଦ୍ରକ : ଆଜି ସକାଳ ଭୁବନେଶ୍ୱର ରୁ ନିଜ ଏନଡ଼ିଓଭର କାର(OD22-R-0001)ରେ ଭଦ୍ରକ ଆସୁଥିଲେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ସକାଳ ପ୍ରାୟ ୭ଟା୪୦ ସମୟରେ ଧର୍ମଶାଳା ଥାନା ଜାରକା ନିକଟ ରତିଆ ଜାତୀୟ ୧୬ନମ୍ବର ରାଜପଥରେ ଏକ ଟ୍ରକ ଅତର୍କିତ ଭାବେ ବିଧାୟକ ଙ୍କ କାର ର ଡାହାଣ ପଟକୁ ପ୍ରବଳ ବେଗରେ ଧକ୍କା ମାରିଥିଲା । ଏହି ଦୁର୍ଘଟଣାରେ ବିଧାୟକଙ୍କ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲେ ବି ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ ଓ ତାଙ୍କ ଡ୍ରାଇଭର । ଖବର ପାଇ ଧର୍ମଶାଳା ବିଧାୟକ ତଥା ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଲବନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେଠାକାର ସରକାରୀ ଡାକ୍ତରଖାନାରରେ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।
ଭଦ୍ରକ ବିଧାୟକଙ୍କ ଗାଡିକୁ ପିଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବିଧାୟକ ସଞ୍ଜୀବ ମଲ୍ଲିକ
ଭଦ୍ରକ : ଆଜି ସକାଳ ଭୁବନେଶ୍ୱର ରୁ ନିଜ ଏନଡ଼ିଓଭର କାର(OD22-R-0001)ରେ ଭଦ୍ରକ ଆସୁଥିଲେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ସକାଳ ପ୍ରାୟ ୭ଟା୪୦ ସମୟରେ ଧର୍ମଶାଳା ଥାନା ଜାରକା ନିକଟ ରତିଆ ଜାତୀୟ ୧୬ନମ୍ବର ରାଜପଥରେ ଏକ ଟ୍ରକ ଅତର୍କିତ ଭାବେ ବିଧାୟକ ଙ୍କ କାର ର ଡାହାଣ ପଟକୁ ପ୍ରବଳ ବେଗରେ ଧକ୍କା ମାରିଥିଲା । ଏହି ଦୁର୍ଘଟଣାରେ ବିଧାୟକଙ୍କ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲେ ବି ସୌଭାଗ୍ୟ କ୍ରମେ ଅଳ୍ପକେ […]