ଭୁବନେଶ୍ବର: ‘ସୁଭଦ୍ରା’ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା । ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ମୁଖ୍ୟମନ୍ତ୍ରୀ । NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଟଙ୍କା । ‘ସୁଭଦ୍ରା’ ପାଇଁ ଏକ କୋଟିରୁ ଉର୍ଦ୍ଧ୍ବ ମହିଳା ବର୍ତ୍ତମାନସୁଦ୍ଧା ଆବେଦନ କରିସାରିଲେଣି।
ସୂଚନା ଅନୁଯାୟୀ, ଗତକାଲି ଆକାଉଣ୍ଟକୁ ୧ ଟଙ୍କା ଯାଇଛି ବୋଲି ଖବର ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ପରେ ‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଯିବା ଖବରକୁ ଖଣ୍ଡନ କରିଛି ବିଭାଗ। ସୋସିଆଲ ମିଡିଆରେ ଚାଳିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ ଦିଆଯାଇଛି। ଏପରି କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବିଭାଗ ସ୍ପଷ୍ଟୀକରଣ ରଖାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଥିଲା। କିନ୍ତୁ ୨ ୟ ପର୍ଯ୍ୟାୟରେ ଏଭଳି କୌଣସି ବ୍ୟବସ୍ଥା ଏଯାବତ୍ ଗ୍ରହଣ କରାଯାଇ ନାହିଁ ବୋଲି କୁହାଯାଇଥିଲା। ‘ସୁଭଦ୍ରା’ର ଅଫିସିଆଲ ୱେବସାଇଟ ଅନୁକରଣ କରିବାକୁ ବିଭାଗ ପକ୍ଷରୁ ଅପିଲ କରାଯାଇଛି। ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ କରିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।