କଟକ: କଟକ କାଠଯୋଡ଼ି ନଦୀ ଉପରେ ଥିବା ପୁରୁଣା ପୋଲ ଦିନକୁ ଦିନ ଦୁର୍ବଳ ହୋଇପଡୁ ଥିବାରୁ, ଏହାର ମରାମତି ଆବଶ୍ୟକ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଅବଶକୀୟ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କମିସନରେଟ ପୁଲିସକୁ ଜଣାଇଛି। ଫଳରେ ୯୦ ଦିନ ପର୍ଯ୍ଯନ୍ତ ଅର୍ଥାତ ତା. ୦୪. ୧୧. ୨୦୨୧ ରିଖ ଠାରୁ ତା. ୦୧.୦୨.୨୦୨୨ ରିଖ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ କମିସନରେଟ ପୁଲିସ ପଦକ୍ଷେପ ଗ୍ରହଣ କରିଛି।
ସୂଚନା ଅନୁଯାୟୀ, ଭୁବନେଶ୍ବର ପଟୁ କଟକ ଆଡକୁ ଯାଉଥିବା ସମସ୍ତ ପ୍ରକାର ଯାନବାହାନ କାଠଯୋଡ଼ି ମଝି ପୋଲ ଦେଇ ଯାଇ ପାରିବେ ଏବଂ ଯେଉଁ (୨ କିମ୍ବା ୪ ଚକିଆ) ଗାଡି ଗୁଡିକ ଜଗତପୁର କିମ୍ବା ଚଣ୍ଡୀଖୋଲ ଆଡକୁ ଯିବାକୁ ଚାହିଁବେ, ସେହି ଗାଡି ଗୁଡିକ ସହର ମଧ୍ୟ ଦେଇ ଯାଇଥିବା ରାସ୍ତାରେ ନ ଯାଇ ମଣି ମନ୍ଦିର ଓଭରବ୍ରିଜ ଠାରୁ ବାମ ମୋଡ ଦେଇ ମଧୁପାଟଣା ଫ୍ଲାୟଓଭର ବ୍ରିଜ ଉପର ଦେଇ ଯାଇପାରିବେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ବିଟ କରି ଜଣାଇଛନ୍ତି।