ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଶୀତ ଆରମ୍ଭ ହୋଇଯାଇଛି। କିଛି ଦିନ ହେବ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି। ଫଳରେ ପୂର୍ବ ଅପେକ୍ଷା ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ରହିଛି। ପ୍ରଥମ ଥର ଚଳିତ ଋତୁରେ ୫ ଡ଼ିଗ୍ରୀ ଛୁଇଁଛି ରାତ୍ରି ତାପମାତ୍ରା । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫ଡ଼ିଗ୍ରୀ ରହିଥିଲା। ସେହିପରି ସେମିଲିଗୁଡାର ତାପମାତ୍ରା ୭ ଡ଼ିଗ୍ରୀ, ଫୁଲବାଣୀର ୭ ଡ଼ିଗ୍ରୀ, ସୁନ୍ଦରଗଡ଼ର ୮.୫ ଡ଼ିଗ୍ରୀ ଓ ଦାରିଙ୍ଗବାଡିର ତାପମାତ୍ର ୯ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତାପମାତ୍ରା କମିବା ଯୋଗୁଁ ଆସନ୍ତା ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ଶୀତର ପ୍ରକୋପ ରହିବା ନେଇ ବିଭାଗ ଆକଳନ କରିଛି।
ଶୀତରେ ଥରୁଛି ସାରା ଓଡ଼ିଶା: ୫ ଡ଼ିଗ୍ରୀ ଛୁଇଁଲା ରାତ୍ରି ତାପମାତ୍ରା, ଜି. ଉଦୟଗିରି ସବୁଠୁ ଥଣ୍ଡା
ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଶୀତ ଆରମ୍ଭ ହୋଇଯାଇଛି। କିଛି ଦିନ ହେବ କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି। ଫଳରେ ପୂର୍ବ ଅପେକ୍ଷା ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ରହିଛି। ପ୍ରଥମ ଥର ଚଳିତ ଋତୁରେ ୫ ଡ଼ିଗ୍ରୀ ଛୁଇଁଛି ରାତ୍ରି ତାପମାତ୍ରା । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫ଡ଼ିଗ୍ରୀ ରହିଥିଲା। ସେହିପରି […]