କରୋନା ବେଳେ ରୋଜଗାର ଦେଲା ମନରେଗା ଯୋଜନା

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣର ଭୟାବହତାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖଟିଖିଆ ଲୋକମାନେ କାମ ନପାଇ ବେରୋଜଗାର ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ପରିବାର ଚଳିବା ମୁସ୍କିଲ ହେଉଥିବା ବହୁ ଜବ୍‍କାର୍ଡଧାରୀ ପ୍ରକାଶ କରିଛନ୍ତି। ମନରେଗା କାର୍ଯ୍ୟ ମେସିନ ଦ୍ୱାରା କରାଯାଉଥିବାରୁ ଏହା ଜବ୍‍କାର୍ଡଧାରୀଙ୍କ ପାଇଁ ସମସ୍ୟା ଉପୁଯାଉଛି। ଏହି ପରିପ୍ରେକ୍ଷୀରେ ସରପଡ଼ା ପଞ୍ଚାୟତର ଯୁବ ସମିତିସଭ୍ୟ ବିବେକାନନ୍ଦ ଆଚାର୍ଯ୍ୟ ସିଧାସଳଖ ଭାବେ ପଞ୍ଚାୟତସମିତି ମାଧ୍ୟମରେ ମନରେଗା ଯୋଜନାରେ ଏକ ନୂତନ […]

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ କରୋନା ସଂକ୍ରମଣର ଭୟାବହତାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖଟିଖିଆ ଲୋକମାନେ କାମ ନପାଇ ବେରୋଜଗାର ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ପରିବାର ଚଳିବା ମୁସ୍କିଲ ହେଉଥିବା ବହୁ ଜବ୍‍କାର୍ଡଧାରୀ ପ୍ରକାଶ କରିଛନ୍ତି। ମନରେଗା କାର୍ଯ୍ୟ ମେସିନ ଦ୍ୱାରା କରାଯାଉଥିବାରୁ ଏହା ଜବ୍‍କାର୍ଡଧାରୀଙ୍କ ପାଇଁ ସମସ୍ୟା ଉପୁଯାଉଛି। ଏହି ପରିପ୍ରେକ୍ଷୀରେ ସରପଡ଼ା ପଞ୍ଚାୟତର ଯୁବ ସମିତିସଭ୍ୟ ବିବେକାନନ୍ଦ ଆଚାର୍ଯ୍ୟ ସିଧାସଳଖ ଭାବେ ପଞ୍ଚାୟତସମିତି ମାଧ୍ୟମରେ ମନରେଗା ଯୋଜନାରେ ଏକ ନୂତନ ରାସ୍ତା ନିର୍ମାଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି।

ବ୍ଲକ ଅଧ୍ୟକ୍ଷା ସବିତା ଓଝାଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରକଳ୍ପଟିକୁ ଅନୁମୋଦନ କରାଯାଇ ଏଥିରେ ୫୦ରୁ ଊର୍ଦ୍ଧ୍ବ ଜବ୍‍କାର୍ଡଧାରୀଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଛି। ମୂଲିଆ ଶ୍ରେଣୀର ଲୋକମାନେ ସେମାନଙ୍କ ପରିବାର ଚଳାଇବା ପାଇଁ ଆଗ୍ରହର ସହ ଏହି ଯୋଜନାରେ କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି। ସରପଡ଼ା ଗ୍ରାମର ଲକ୍ଷ୍ମୀପ୍ରିୟା ଦାଶଙ୍କ ଘର ଠାରୁ କଂସାରୀ ମା’ ଠାକୁରାଣୀ ପୀଠ ପର୍ଯ୍ୟନ୍ତ ୫୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ରାସ୍ତାକୁ ନିର୍ମାଣ କରାଯିବା ନିମନ୍ତେ ମାଟି କାର୍ଯ୍ୟ ଆରମ୍ଭ ହୋଇଛି। ସମିତିସଭ୍ୟ ଶ୍ରୀ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମ ରୋଜଗାର ସେବକ ଗାୟତ୍ରୀ ମହାପାତ୍ର, ଗ୍ରାମସାଥି ଊଷାରାଣୀ ପଣ୍ଡାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ମାନସ ମହାପାତ୍ର କାର୍ଯ୍ୟକୁ ତଦାରଖ କରୁଛନ୍ତି। ଏହିଭଳି ପ୍ରତ୍ୟେକ ପଞ୍ଚାୟତରେ ମନରେଗା ଯୋଜନାରେ ଜବ୍‍କାର୍ଡ ଧାରୀଙ୍କୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଗଲେ କରୋନା କାଳରେ ଘରେ ବସିଥିବା ବହୁ ଗରିବ ଶ୍ରେଣୀର ଲୋକ ରୋଜଗାରକ୍ଷମ ହେବା ସହ ଯୋଜନାର ସଫଳ ରୂପାୟନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

About The Author: The Sakala