ମୁଖ୍ଯମନ୍ତ୍ରୀଙ୍କ ଘୋଷଣା: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ମନୋରମା ମହାପାତ୍ରଙ୍କର ଶେଷକୃତ୍ୟ

କଟକ: ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ଵତ ସାଧିକା ମନୋରମା ମହାପାତ୍ର। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି। ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନୋରମା ମାହପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ କଟକ ସ୍ଥିତ ବାସଭବନରେ […]

କଟକ: ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ଵତ ସାଧିକା ମନୋରମା ମହାପାତ୍ର। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି।

ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନୋରମା ମାହପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ କଟକ ସ୍ଥିତ ବାସଭବନରେ ବହୁ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଦୈନିକ ଖବରକାଗଜ ସମାଜର ପୂର୍ବତନ ସମ୍ପାଦିକା ଥିଲେ ମନୋରମା ମହାପାତ୍ର । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କ ଯଥେଷ୍ଟ ଅବଦାନ ରହିଥିଲା । ସମାଜସେବାରେ ବି ନିଜକୁ ନିୟୋଜିତ କରିଥିଲେ ମନୋରମା ମହାପାତ୍ର। ତାଙ୍କ ବିୟୋଗରେ ଓଡିଶା ଜଣେ ବାଗ୍ମୀ ବ୍ୟକ୍ତିତ୍ୱଙ୍କୁ ହରାଇଛି । ଜଣେ ଉଚ୍ଚକୋଟୀର କବି, ସମ୍ପାଦିକା ଓ ସମାଜସେବୀ ଭାବରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ତାଙ୍କ ଆବର୍ତ୍ତମାନରେ ଓଡ଼ିଆ ସାହିତ୍ୟ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

About The Author: The Sakala