ରାଜ୍ୟରେ ବଦଳିବ ସରକାରୀ କୋଠାର ରଙ୍ଗ

ଭୁବନେଶ୍ବର: ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବ। ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ଆଜି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍‌ଟିଡି ଇଆଇସି ତଥା ଏମ୍‌ଡିଙ୍କୁ ଏନେଇ ଚିଠି କରାଯାଇଛି। ଏହା ସହିତ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଏନେଇ ଚିଠି କରାଯାଇଛି। ଏଣିକି ରାଜ୍ୟ ସରକାରଙ୍କ […]

ଭୁବନେଶ୍ବର: ରାଜ୍ୟରେ ସବୁ ନୂଆ ସରକାରୀ କୋଠାର ରଙ୍ଗ ଗୋଟିଏ ପ୍ରକାରର ହେବ। ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ ବେଳେ ରଙ୍ଗ ବଦଳିବ। ଆଜି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି (ଡିପିକ୍ୟୁ), ଓବି ଆଣ୍ଡ ସିସି ଏଲ୍‌ଟିଡି ଇଆଇସି ତଥା ଏମ୍‌ଡିଙ୍କୁ ଏନେଇ ଚିଠି କରାଯାଇଛି। ଏହା ସହିତ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଏନେଇ ଚିଠି କରାଯାଇଛି।

ଏଣିକି ରାଜ୍ୟ ସରକାରଙ୍କ ସମସ୍ତ ନୂଆ କୋଠାର ବାହାର ପଟର ରଙ୍ଗ ଅରେଞ୍ଜ ଶେଡ୍‌ (ଉପରେ ଦିଆଯାଇଥିବା ଭଳି) ହେବ। ସେଥିରେ ରେଡ୍‌ ଶେଡ୍‌ର ବର୍ଡର ରହିବ। ସେହିପରି କାର୍ଯ୍ୟକ୍ଷମ କୋଠାଗୁଡ଼ିକର ମରାମତି ଓ ନବୀକରଣ କାର୍ଯ୍ୟ ବେଳେ ସେଗୁଡ଼ିକର ବାହାର ପଟକୁ ଅରେଞ୍ଜ ଶେଡ୍ ସହିତ ରେଡ୍ ଶେଡ୍ ବର୍ଡର ଦେଇ ରଙ୍ଗ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।

About The Author: The Sakala