କଟକ: ଏଣିକି ନୂଆ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ହେବ । ଏ ନେଇ ବୋର୍ଡ ସାମ୍ବାଦିକ ସମ୍ମିଳନୀ କରିଛି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଇଛି । ବର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେବ । ବର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେବ। ଫରମେଟିଭ୍ ଓ ସମେଟିଭ୍ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।
ନବମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷା ତାରିଖ ଘୋଷଣା କରିଛି ବୋର୍ଡ । ନଭେମ୍ବର ୨୨ରୁ ୨୪ଭିତରେ ପ୍ରଥମ ସମେଟିଭ୍ ପରୀକ୍ଷା କରାଯିବ ବୋଲି ବୋର୍ଚ କହିଛି । ଏଥିରେ ୪୦ମାର୍କର ପରୀକ୍ଷା ହେବ ୨୦ମାର୍କର ସଵଜେକଟିଭ୍ ଓ ୨୦ମାର୍କର ଅବଜେକଟିନ ପରୀକ୍ଷା ହେବ । ଏହାର ଓ୍ବେଟେଜ ୩୦ ପ୍ରତିଶତ ରହିବ । ଦିନକୁ ୨ଟି ସିଟିଂରେ ପରୀକ୍ଷା ହେବ। ସକାଳ ୯ରୁ ୧୦ଟା ଏବଂ ୧୧ରୁ ୧୨ଟା ପରୀକ୍ଷା ହେବ ବୋଲି ସ୍ଥିର କରାଯାଇଛି ।
ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଦେବ, ପରୀକ୍ଷା ନିଜ ସ୍କୁଲରେ ହେବ। ଖାତା କିନ୍ତୁ ଅନ୍ୟ ସ୍କୁଲରେ ଦେଖା ହେବ । ୨୩ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ କରାଯିବ ଏବଂ ନଭେମ୍ବର ୩୦ ତାରିଖ ମଧ୍ୟରେ ଖାତାର ମୂଲ୍ୟାୟନ ସରିବ । ଡିସେମ୍ବର ୬ରୁ ୧୩ତାରିଖ ଭିତରେ ବୋର୍ଡ ମାର୍କ ଅପଲୋଡ଼ କରିବ।
୨୨ ତାରିଖରେ ପ୍ରଥମ ସିଟିଂରେ ଦ୍ଵିତୀୟ ଭାଷା, ଦ୍ଵିତୀୟ ସିଟିଂରେ ସମାଜିକ ବିଜ୍ଞାନ।
୨୩ ତାରିଖରେ ପ୍ରଥମ ସିଟିଂରେ ପ୍ରଥମ ଭାଷା, ଦ୍ଵିତୀୟ ସିଟିଂରେ ଗଣିତ।
୨୪ ତାରିଖରେ ପ୍ରଥମ ସିଟିଂରେ ତୃତୀୟ ଭାଷା, ଦ୍ଵିତୀୟ ସିଟିଂରେ ସାଧାରଣ ବିଜ୍ଞାନ।