ଜାନୁଆରୀ ୨୬ ସୁଦ୍ଧା ସରିବ ଶିକ୍ଷକ ବଦଳି ପ୍ରକ୍ରିୟା, ଅକ୍ଟୋବର ୩୦ରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ଶିକ୍ଷକ ବଦଳି ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ୨୬ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଶିକ୍ଷକ ବଦଳି କ୍ୟାଲେଣ୍ଡର ଜାରୀ କରାଯାଇଛି। ବଦଳି ପାଇଁ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଆବେଦନ କରିପାରିବେ। ସମସ୍ତ ଆବେଦନକୁ ଡିସେମ୍ବର ୧ରୁ ୧୦ତାରିଖ ମଧ୍ୟରେ ଜିଲ୍ଲା କିମ୍ବା ବ୍ଲକ ଶିକ୍ଷା ଅଧିକାରୀମାନେ ଯାଞ୍ଚ କରିବେ। […]

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ଶିକ୍ଷକ ବଦଳି ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ୨୬ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଶିକ୍ଷକ ବଦଳି କ୍ୟାଲେଣ୍ଡର ଜାରୀ କରାଯାଇଛି। ବଦଳି ପାଇଁ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଆବେଦନ କରିପାରିବେ। ସମସ୍ତ ଆବେଦନକୁ ଡିସେମ୍ବର ୧ରୁ ୧୦ତାରିଖ ମଧ୍ୟରେ ଜିଲ୍ଲା କିମ୍ବା ବ୍ଲକ ଶିକ୍ଷା ଅଧିକାରୀମାନେ ଯାଞ୍ଚ କରିବେ।

ରୋଗରେ ଆକ୍ରନ୍ତ ପାଇଁ ଆବେଦନ କରିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମେଡିକାଲ ଯାଞ୍ଚ ପାଇଁ ୧୧ତାରିଖରେ ମେଡିକାଲ୍‌‌ ବୋର୍ଡ ପାଖକୁ ପଠାଯିବ। ଏହାର ରିପୋର୍ଟ ଜାନୁଆରୀ ୧୦ ତାରିଖରେ ମିଳିବ। ଏହି ମେଡିକାଲ ରିପୋର୍ଟକୁ ଜାନୁଆରୀ ୧୧ ଓ ୧୨ ତାରିଖରେ ୱେବସାଇଟ୍‌‌ରେ ଆବେଦନକାରୀ ଅପଲୋଡ କରିବେ। ୧୫ ଓ ୧୬ତାରିଖରେ ଡିଏଲ୍‌‌ଟିସି ଓ ସିଏଲ୍‌‌ଟିସି ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ୧୮ରୁ ୨୦ ମଧ୍ୟରେ ବଦଳି ଆଦେଶ ପ୍ରଦାନ କରାଯିବ। ପୁରୁଣା ସ୍ଥାନରୁ ଅବ୍ୟାହତି ଓ ନୂତନ ସ୍ଥାନରେ ଯୋଗଦାନ ପ୍ରକ୍ରିୟା ୨୪ ରୁ ୨୬ ତାରିଖ ମଧ୍ୟରେ ସମାପ୍ତ କରାଯିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଜଣାଇଛନ୍ତି।

About The Author: The Sakala