ଭୁବନେଶ୍ବର : ଦୁର୍ନୀତି ବିରୋଧରେ ଶୂନ ସହନଶୀଳତାକୁ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ଏହା ସହିତ ସରକାରୀ କାର୍ଯ୍ୟାନ୍ବୟନରେ ମଧ୍ୟ ଅବହେଳାକୁ ବରଦାସ୍ତ କରୁନାହାନ୍ତି। ବାରମ୍ବାର ଅପାରଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର। ସେହି କ୍ରମରେ କାର୍ଯ୍ୟରେ ଅବହେଳା ପାଇଁ ବାଙ୍କି ‘ମୁକ୍ତା’ ପ୍ରକଳ୍ପର ଆକାଉଣ୍ଟସ୍ ଏକ୍ସପର୍ଟ ବିଶ୍ଵଜିତ ଦାସଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ସ୍କିମ୍ (ମୁକ୍ତା) କୁ ସ୍ଥାନୀୟ ମିଶନ ଶକ୍ତି ଗ୍ରୁପ୍ ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିଥିଲେ। କିନ୍ତୁ କାର୍ଯ୍ୟ ସମ୍ପାଦନାର ତିନି ମାସ ପରେ ମଧ୍ୟ ମିଶନ୍ ଶକ୍ତି ଗୋଷ୍ଠୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ଶ୍ରୀ ଦାସ ଅବହେଳା କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ମହିଳାମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ନଗର ଉନ୍ନୟନ ବିଭାଗ ନିକଟରେ ଏହି ସୂଚନା ପହଞ୍ଚିବା ପରେ ବିଧବଦ୍ଧ ତଦନ୍ତ କରାଯାଇ ଥିଲା ଯେଉଁ ଥରେ ଶ୍ରୀ ଦାସଙ୍କ ଅବହେଳା ସୃଷ୍ଟ ହୋଇଥିଲା। ଏହି ରିପୋର୍ଟ ଆଧାରରେ ସେବା ପ୍ରଦାନକାରୀ ସଂସ୍ଥା ଶ୍ରୀ ଦାସଙ୍କୁ ଚାକିରୀରୁ ବିଦା କରିଛି।
ମୁକ୍ତା ଯୋଜନାରେ ମିଶନ୍ ଶକ୍ତି ଗୋଷ୍ଠୀଙ୍କୁ ପାଉଣା ନଦେଇ ବିଦାହେଲେ ବିତ୍ତୀୟ ଅଧିକାରୀ
ଭୁବନେଶ୍ବର : ଦୁର୍ନୀତି ବିରୋଧରେ ଶୂନ ସହନଶୀଳତାକୁ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ଏହା ସହିତ ସରକାରୀ କାର୍ଯ୍ୟାନ୍ବୟନରେ ମଧ୍ୟ ଅବହେଳାକୁ ବରଦାସ୍ତ କରୁନାହାନ୍ତି। ବାରମ୍ବାର ଅପାରଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର। ସେହି କ୍ରମରେ କାର୍ଯ୍ୟରେ ଅବହେଳା ପାଇଁ ବାଙ୍କି ‘ମୁକ୍ତା’ ପ୍ରକଳ୍ପର ଆକାଉଣ୍ଟସ୍ ଏକ୍ସପର୍ଟ ବିଶ୍ଵଜିତ ଦାସଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ […]