ଯୋଗାଣ ମନ୍ତ୍ରୀ ପୁଣି ଫେଲ୍‌ : ସରିଲା ଅବଧି, ହିତାଧିକାରୀଙ୍କୁ ମିଳିଲାନି ନୂଆ ରାସନକାର୍ଡ

ଭୁବନେଶ୍ୱର : ଆଜି ସେପ୍ଟେମ୍ବର ମାସର ଶେଷ ତାରିଖ। ପୁଣି ଏକ ଘୋଷଣାକୁ କାର୍ଯ୍ୟକାରୀ ନ କରିପାରି ଫେଲ୍‌ ହୋଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସରକାର ଗଠନ ପରେ ଯୋଗାଣମନ୍ତ୍ରୀ ଶ୍ରୀ ପାତ୍ର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ ରାସନ କାଡର଼୍ ବଣ୍ଟନ କରାଯିବ ବୋଲି ଘୋଷଣା କରିଥିଲେ। ମାତ୍ର ତାରିଖ ସରିଲା ସିନା ନୂଆ ରାସନ କାଡର଼୍ ମିଳିଲା ନାହିଁ। ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ କେବେ ନୂଆ କାର୍ଡ ପ୍ରଦାନ କରାଯିବ ଓ ମନ୍ତ୍ରୀଙ୍କ […]

ଭୁବନେଶ୍ୱର : ଆଜି ସେପ୍ଟେମ୍ବର ମାସର ଶେଷ ତାରିଖ। ପୁଣି ଏକ ଘୋଷଣାକୁ କାର୍ଯ୍ୟକାରୀ ନ କରିପାରି ଫେଲ୍‌ ହୋଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସରକାର ଗଠନ ପରେ ଯୋଗାଣମନ୍ତ୍ରୀ ଶ୍ରୀ ପାତ୍ର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ ରାସନ କାଡର଼୍ ବଣ୍ଟନ କରାଯିବ ବୋଲି ଘୋଷଣା କରିଥିଲେ। ମାତ୍ର ତାରିଖ ସରିଲା ସିନା ନୂଆ ରାସନ କାଡର଼୍ ମିଳିଲା ନାହିଁ। ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ କେବେ ନୂଆ କାର୍ଡ ପ୍ରଦାନ କରାଯିବ ଓ ମନ୍ତ୍ରୀଙ୍କ ଘୋଷଣାକୁ ତାଙ୍କ ବିଭାଗ କିପରି କାର୍ଯ୍ୟକାରୀ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହା ପୂର୍ବରୁ ମନ୍ତ୍ରୀ ଶ୍ରୀ ପାତ୍ର ବିଭିନ୍ନ ପ୍ରସଙ୍ଗରେ କରିଥିବା ଘୋଷଣାରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇ ପାରିନାହିଁ। ଉତ୍ତରପ୍ରଦେଶରୁ ୨ଟି ଟ୍ରେନ୍‌ରେ ଆଳୁ ଆମଦାନୀ, ପିଆଜ ମୂଲ୍ୟ ହ୍ରାସ, ଚାଉଳ ଏଟିଏମ୍‌, ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆଦି ବିଭିନ୍ନ ପ୍ରସଙ୍ଗରେ ଫେଲ୍‌ ହୋଇଥିବା ନଜିର ରହିଛି। ଏବେ ନୂଆ ରାସନ କାର୍ଡ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଘୋଷଣା ପାଣିର ଗାର ପାଲଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନ୍ୟ କେଉଁଠି ନୁହେଁ, ଖୋଦ୍‌ ବିଧାନସଭାରେ ମନ୍ତ୍ରୀ ସେପ୍ଟେମ୍ବର ସୁଦ୍ଧା ରେସନ କାଡର଼୍ ବଣ୍ଟନ କରାଯିବ ବୋଲି ବଡ଼ ଦମ୍ଭର ସହ ବିବୃତି ରଖିଥିଲେ। ଏହା ସତ୍ତ୍ବେ ନୂଆ ରେସନ କାଡର଼୍ ବଣ୍ଟନ କରାଯାଇ ପାରିଲା ନାହିଁ। ମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାରେ ତାଙ୍କ ବିଭାଗ ଆନ୍ତରିକତା ଦେଖାଉ ନାହିଁ ନା ସରକାରୀ ବ୍ୟବସ୍ଥା ଓ ବିଭାଗୀୟ କାର୍ଯ୍ୟ ପଦ୍ଧତି ସମ୍ପର୍କରେ ଅବଗତ ନ ଥାଇ ମନ୍ତ୍ରୀ ମନଇଚ୍ଛା ଘୋଷଣା କରୁଛନ୍ତି ତାହା ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ରବିବାର ରେସନ କାଡର଼୍ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ ପ୍ରକୃତ ରାସନକାର୍ଡ ହିତାଧିକାରୀ ଚିହ୍ନଟ ପାଇଁ ଚାଲିଥିବା ଇ-କେୱାସି ପ୍ରକ୍ରିୟା ଜାରି ରହିବ। ପାଖାପାଖି ସାଢେ଼ ୩ କୋଟି ଲୋକଙ୍କ ଇ-କେୱାସି ହେବ। ଅଦ୍ୟାବଧି ୨ କୋଟି ଲୋକଙ୍କ ଇ-କେୱାସି ସରଥିବା ବେଳେ ଆହୁରି ଦେଢ଼ କୋଟି ଲୋକଙ୍କର ବାକି ରହିଛି। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ। ଅଯୋଗ୍ୟଙ୍କୁ ଯୋଜନାରୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ବଣ୍ଟା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି। ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍‌ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଉଛି।
ଅନ୍ୟପକ୍ଷରେ ହିତାଧÒକାରୀଙ୍କୁ ଦିଆଯିବାକୁ ଥÒବା ରାସନକାର୍ଡର ରଙ୍ଗ ବଦଳାଇ ଗେରୁଆ କରାଯିବାକୁ ମସୁଧା ହୋଇଛି। ଏହାର ଛାପା ଶେଷ ହୋଇନଥÒବାରୁ ବଣ୍ଟନ ଅବଧÒ ବିଳମ୍ବ ହେଉଥÒବା କୁହାଯାଉଛି।

About The Author: The Sakala