ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ ଗିରଫ ହେଲେ କୁବେର ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ, ଆୟଠାରୁ ୩୩୮ ପ୍ରତିଶତ ଅଧିକ ସମ୍ପତ୍ତି ଜବତ

ଭୁବନେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ ଗିରଫ ହେଲେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ । ଭିଜିଲାନ୍ସ ରେଡ଼୍ ବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରୁ କୋଠା ସାଙ୍ଗକୁ ବିଳାସପୂର୍ଣ୍ଣ ଫ୍ଲାଟ୍‌, ପ୍ରମୁଖ ସ୍ଥାନରେ ପ୍ଲଟ୍‌, ବ୍ୟାଙ୍କ ଆକାଉଣ୍ଟ୍‌ରେ ବି ପୁଳାପୁଳା ଟଙ୍କା, ବିପୁଳ ସୁନାଗହଣା ଜବତ ହୋଇଛି । ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ୬ଟି ଟିମ୍‌ ରାଜଧାନୀର ସରକାରୀ କାର୍ଯ୍ୟାଳୟ ସମେତ ଭଦ୍ରକ ସ୍ଥିତ […]

ଭୁବନେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ ଗିରଫ ହେଲେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ । ଭିଜିଲାନ୍ସ ରେଡ଼୍ ବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରୁ କୋଠା ସାଙ୍ଗକୁ ବିଳାସପୂର୍ଣ୍ଣ ଫ୍ଲାଟ୍‌, ପ୍ରମୁଖ ସ୍ଥାନରେ ପ୍ଲଟ୍‌, ବ୍ୟାଙ୍କ ଆକାଉଣ୍ଟ୍‌ରେ ବି ପୁଳାପୁଳା ଟଙ୍କା, ବିପୁଳ ସୁନାଗହଣା ଜବତ ହୋଇଛି । ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ୬ଟି ଟିମ୍‌ ରାଜଧାନୀର ସରକାରୀ କାର୍ଯ୍ୟାଳୟ ସମେତ ଭଦ୍ରକ ସ୍ଥିତ ପୈତୃକ ଘର ଆଦି ୬ଟି ସ୍ଥାନରେ ଚଢ଼ଉ କରି ବିପୁଳ ସଂପତ୍ତି ଠାବ କରିଥିଲା । ଏହି ରେଡ୍‌ରେ ବିଶ୍ବବନ୍ଧୁଙ୍କ ସମ୍ପତ୍ତି ଆୟଠାରୁ ୩୩୮ ପ୍ରତିଶତ ସମ୍ପତ୍ତି ମିଳିଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ ପି ଏମ୍ ରାଧାକ୍ରିଷ୍ଣ।

ଭିଜିଲାନ୍ସ ବିଭାଗର ଚଢ଼ାଉ ବେଳେ ଭୁବନେଶ୍ୱର ଭିଏସ୍‌ଏସ୍‌ନଗରସ୍ଥିତ ଦୁଇମହଲା ଆବାସିକ କୋଠା,‌ ରୁଦ୍ରପୁରସ୍ଥିତ ଆସୋଟେକ୍‌ ପ୍ରାଇଡ୍‌ରେ ବିଳାସପୂର୍ଣ୍ଣ ୩ ବିଏଚ୍‌କେ ଫ୍ଲାଟ୍‌, ଭଦ୍ରକ ମଠସାହି ସ୍ଥିତ ଏକ ମହଲା କୋଠା ଓ ତୋରାନପଡ଼ାସ୍ଥିତ ପୈତୃକ ଘର ଠାବ କରାଯାଇଥିଲା । ସେହିପରି ରାଜଧାନୀ ଓ ଭଦ୍ରକର ପ୍ରମୁଖ ଅଂଚଳରେ ୬ଟି ପ୍ଲଟ୍‌ ମଧ୍ୟ ଠାବ କରାଯାଇଥିଲା । ଘରୁ ନଗଦ ୩ଲକ୍ଷ ୧୮ ହଜାର ଟଙ୍କା, ୪୨୧ ଗ୍ରାମ ସୁନାଗହଣା ମିଳିଛି । ଏହି ରେଡ୍‌ରେ ୭ DSPଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ଚଢ଼ଉରେ ସାମିଲ ହୋଇଥିଲେ।

About The Author: The Sakala