ଶୋଇଥିବା ବେଳେ ଜଳିଗଲେ ଦୁଇ ଶ୍ରମିକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା  ଲୁହରାଢିପା ଗ୍ରାମରେ ନିଆଁରେ ଜଳି ଦୁଇଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ଦୁଇ ମୃତ ଶ୍ରମିକ ବାଉରୀମୁଣ୍ଡା ଗ୍ରାମର ମିଠୁ ଓରାମ ଓ ଦିଲ୍ଲୀପ ସା। ଦୁଇ ମୃତକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗୋଟିଏ ଘରେ ଶୋଇଥିବା ବେଳେ ନିଆଁ ଲାଗି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା  ଲୁହରାଢିପା ଗ୍ରାମରେ ନିଆଁରେ ଜଳି ଦୁଇଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି। ଦୁଇ ମୃତ ଶ୍ରମିକ ବାଉରୀମୁଣ୍ଡା ଗ୍ରାମର ମିଠୁ ଓରାମ ଓ ଦିଲ୍ଲୀପ ସା। ଦୁଇ ମୃତକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗୋଟିଏ ଘରେ ଶୋଇଥିବା ବେଳେ ନିଆଁ ଲାଗି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

About The Author: The Sakala