ସୁନ୍ଦରଗଡ଼ରେ ଲଜ୍ଜା!, ନାବାଳିକାକୁ ୧୪ ଦିନ ଧରି ଦୁଷ୍କର୍ମ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଅଧୀନ ତଳସରା ଥାନା ଅଞ୍ଚଳରେ ଜଣେ ୧୭ବର୍ଷୀୟା ନାବାଳିକାକୁ ତାର ପୁରୁଷ ବନ୍ଧୁ ଏକ ବନ୍ଦ କୋଠରୀରେ ଦୀର୍ଘ ୧୪ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ପୀଡ଼ିତାକୁ ଉଦ୍ଧାର କରିବା ସହ ତାର ପୁରୁଷ ବନ୍ଧୁକୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନା ମୁତାବକ, ଗତ ୧୬ ତାରିଖରେ ସମ୍ପୃକ୍ତ ନାବାଳିକାକୁ ତାର ପୁରୁଷବନ୍ଧୁ ବୁଲିବାକୁ କହି ଡାକି ନେଇଥିଲା। ତଳସରା ସୀମାନ୍ତବର୍ତ୍ତୀ ଏକ […]

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଅଧୀନ ତଳସରା ଥାନା ଅଞ୍ଚଳରେ ଜଣେ ୧୭ବର୍ଷୀୟା ନାବାଳିକାକୁ ତାର ପୁରୁଷ ବନ୍ଧୁ ଏକ ବନ୍ଦ କୋଠରୀରେ ଦୀର୍ଘ ୧୪ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ପୀଡ଼ିତାକୁ ଉଦ୍ଧାର କରିବା ସହ ତାର ପୁରୁଷ ବନ୍ଧୁକୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନା ମୁତାବକ, ଗତ ୧୬ ତାରିଖରେ ସମ୍ପୃକ୍ତ ନାବାଳିକାକୁ ତାର ପୁରୁଷବନ୍ଧୁ ବୁଲିବାକୁ କହି ଡାକି ନେଇଥିଲା। ତଳସରା ସୀମାନ୍ତବର୍ତ୍ତୀ ଏକ ଭଡ଼ା ଘରେ ସେ ନାବାଳିକାକୁ ରଖି ଦୁଷ୍କର୍ମ କରିଥିଲା। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୧୪ ଦିନ ରଖି ଦୁଷ୍କର୍ମ କରିଚାଲିଥିଲା। ସେପଟେ ନାବାଳିକା ଘରକୁ ନଫେରିବାରୁ ପରିବାରଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ନାବାଳିକାର ମୋବାଇଲ ଫୋନ ବନ୍ଦ ଥିବାରୁ ପରିବାର ଲୋକ ତା’ ବିଷୟରେ କିଛି ଜାଣିପାରି ନଥିଲେ। ପରେ ୨୦ ତାରିଖରେ ପରିବାର ପକ୍ଷରୁ ତଳସରା ଥାନାରେ ଝିଅ ନିଖୋଜ ହୋଇଥିବା ନେଇ ରିପୋର୍ଟ ଦିଆଯିବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା।

ବୁଧବାର ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ତଳସରା ଥାନା ପୁଲିସ ଖବର ପାଇ ବନ୍ଦ ଘରୁ ନାବାଳିରାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁରୁଷ ବନ୍ଧୁକୁ ଗିରଫ କରିଥିଲା। ଗୁରୁବାର ଉଭୟଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

About The Author: The Sakala