ରାଉରକେଲାରେ ପୁଲିସର ଡବଲ ଏନକାଉଣ୍ଟର, ଦୁଇ ଅପରାଧୀ ଗୁରୁତର

ରାଉରକେଲା : ରାଉରକେଲା ବିଶ୍ରା ଅଞ୍ଚଳରେ ପୁଲିସର ଡବଲ ଏନକାଉଣ୍ଟର । ପୁଲିସର ଗୁଳିମାଡରେ ଦୁଇ ଦୁର୍ବୃତ୍ତ ଆହତ ହୋଇଛନ୍ତି । ଢାବାରେ ଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତମାନେ । ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ସମୟରେ ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୁଲିସର ପାଲଟା ଗୁଳିମାଡ଼ରେ ଦୁଇ ଦୁର୍ବୃତ୍ତ ଆହତ ହୋଇଛନ୍ତି । ଆହତ ଢାବା ମାଲିକଙ୍କ ସହ ଦୁଇ ଦୁର୍ବୃତ୍ତଙ୍କୁ ରାଉରକେଲା ସରକାରୀ […]

ରାଉରକେଲା : ରାଉରକେଲା ବିଶ୍ରା ଅଞ୍ଚଳରେ ପୁଲିସର ଡବଲ ଏନକାଉଣ୍ଟର । ପୁଲିସର ଗୁଳିମାଡରେ ଦୁଇ ଦୁର୍ବୃତ୍ତ ଆହତ ହୋଇଛନ୍ତି । ଢାବାରେ ଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳିମାଡ କରିଥିଲେ ଦୁର୍ବୃତ୍ତମାନେ । ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ସମୟରେ ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୁଲିସର ପାଲଟା ଗୁଳିମାଡ଼ରେ ଦୁଇ ଦୁର୍ବୃତ୍ତ ଆହତ ହୋଇଛନ୍ତି । ଆହତ ଢାବା ମାଲିକଙ୍କ ସହ ଦୁଇ ଦୁର୍ବୃତ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁଇ ଆହତ ଦୁର୍ବୃତ୍ତଙ୍କ ସହ ମୋଟ ତିନି ଜଣ ଦୁର୍ବୃତ୍ତ ପୁଲିସ କବଜାରେ ରହିଛନ୍ତି।

ସୂଚନା ମୁତାବକ, ରାଉରକେଲା ବିଶ୍ରା ଥାନା ସାରୁ ବାହାଲ ଗାଁରେ ହୋଟେଲ ମାଲିକ ଗଙ୍ଗେ ଓରାମ୍ ହୋଟେଲରେ ଗ୍ରାହକଙ୍କ ସହ ଥିବା ବେଳେ ହଠାତ ୮ ଜଣ ଦୁର୍ବୃତ୍ତ ମୁଣ୍ଡରେ ହଳଦିଆ ରଙ୍ଗର ଗାମୁଛା ଘୋଢ଼ାଇ ହୋଟେଲ ଭିତରକୁ ପଶି ଆସିଥିଲେ। ହୋଟେଲ ଭିତରକୁ ଆସି କ୍ୟାସ କାଉଣ୍ଟରକୁ ଯାଇଥିଲେ। ହୋଟେଲ ମାଲିକ ଗଙ୍ଗେ ଓରୀମଙ୍କୁ ଟଙ୍କା ମାଗିଥିଲେ। ହୋଟେଲ ମାଲିକ ଟଙ୍କା ନାହିଁ ବୋଲି କହିଥିଲେ। ତଥାପି ଦୁର୍ବୃତ୍ତମାନେ ଡ଼୍ର ଖୋଲି ଟଙ୍କା ଲୁଟିନେଇଥିଲେ।

ହୋଟେଲ ମାଲିକ ଏବଂ ତାଙ୍କ ସ୍ତ୍ରୀଙ୍କ ମୋବାଇଲ ସହ ଜଣେ ଗ୍ରାହକଙ୍କ ମୋବାଇଲ ଛଢ଼ାଇ ନେଇ ଧମକ ଚମକ ଦେଇ ଗୁଳି ମାଡ଼କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ। ଏହି ଗୁଳିମାଡ଼ରେ ହୋଟେଲ ମାଲିକଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବିଶ୍ରା ପୁଲିସ। ତୁରନ୍ତ ହୋଟେଲ ମାଲିକଙ୍କୁ ବିଶ୍ରା ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ଘଟଣା ଘଟିବାର ୪ ଘଣ୍ଟା ମଧ୍ୟରେ ପୁଲିସ କରିଛି ଡବଲ ଏନକାଉଣ୍ଟର୍‌। ପୁଲିସ ଗୁଳିରେ ଘାଇଲା ହୋଇଛନ୍ତି ଦୁଇ ଦୃର୍ବୁତ୍ତ। ଏନକାଉଣ୍ଟର ହୋଇଥିବା ଦୁଇ ଦୁର୍ବୃତ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

About The Author: The Sakala