ମାଓ ଷଡ଼ଯନ୍ତ୍ର ପଣ୍ଡ, ରେଳଧାରଣା ନିକଟରୁ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ

କୋଇଡା: ପଣ୍ଡ ହେଲା ମାଓ ଷଡଯନ୍ତ୍ର । ଟଳିଲା ବଡ଼ ଧରଣର ଅଘଟଣ। ରେଳଧାରଣା ନିକଟରୁ ଜବତ ହୋଇଛି ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ରେଳଷ୍ଟେସନ ନିକଟ ରେଳଧରଣା ପାର୍ଶ୍ଵରୁ ଡିଭିଏଫ ଯବାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଲ୍ୟାଣ୍ଡମାଇନ୍ ଜବତ ହୋଇଛି । […]

କୋଇଡା: ପଣ୍ଡ ହେଲା ମାଓ ଷଡଯନ୍ତ୍ର । ଟଳିଲା ବଡ଼ ଧରଣର ଅଘଟଣ। ରେଳଧାରଣା ନିକଟରୁ ଜବତ ହୋଇଛି ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ରେଳଷ୍ଟେସନ ନିକଟ ରେଳଧରଣା ପାର୍ଶ୍ଵରୁ ଡିଭିଏଫ ଯବାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଲ୍ୟାଣ୍ଡମାଇନ୍ ଜବତ ହୋଇଛି । ବୋମା ନିଷ୍କ୍ରିୟ ଟିମ ଜବତ ଲ୍ୟାଣ୍ଡମାଇନକୁ ନିକଟ ଜଙ୍ଗଲରେ ନିଷ୍କ୍ରିୟ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ହୋଇଚି । ଘଟଣା ସ୍ଥଳରେ ସିଆରଏଫ ଓ ସିଆରପିଏଫ ଯବାନଙ୍କୁ ଘଟଣା ସ୍ଥଳରେ ନିୟୋଜିତ କରାଯାଇଚି । ଏହି ଲ୍ୟାଣ୍ଡମାଇନ୍ ଅନେକ ଦିନ ଧରି ମାଟି ତଳେ ଲୁଚି ରହିଥିବା ବେଳେ ଅଂଚଳରେ ପ୍ରବଳ ବର୍ଷା ପରେ ଏହା ଦୃଶ୍ୟମାନ ହୋଇଥିବା ବଣାଇ ଏସ୍ ଡି ପି ଓ ସୂଚନା ଦେଇଛନ୍ତି ।

About The Author: The Sakala