ବୌଦ୍ଧ: ବିଷପିଇ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ । ବଡ଼ଭଉଣୀ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ । ସାନ ଭଉଣୀ ଗୁରୁତର ଅବସ୍ଥା ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ । ହରଭଙ୍ଗା ଥାନା ମହାଲିକପଡା ଗ୍ରାମର ଘଟଣା । ଘରେ କେହି ନଥିବା ବେଳେ ଝଗଡ଼ା ପରେ ୨ ଭଉଣୀ ବିଷ ପିଇ ଦେଇଥିବା ଜଣାପଡିଛି । ମୃତ ବଡ ଭଉଣୀ ହେଲେ ନଳିନୀ ସାହୁ ଏବଂ ଗୁରୁତର ସାନ ଭଉଣୀ ଜଣକ ହେଲେ ସାଳିନୀ ସାହୁ । ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମହାଳିକପଡ଼ା ଗ୍ରାମର ମନୋରଞ୍ଜନ ସାହୁଙ୍କୁ ବିବାହ କରିଥିଲେ ନଳିନୀ ସାହୁ, ତାଙ୍କର ୩ ବର୍ଷର ପୁତ୍ର ସନ୍ତାନ ଅଛି । ସାଳିନୀ ଗତ ଦୁଇଦିନ ହେବ ତାଙ୍କ ନାନୀଙ୍କ ଘରକୁ ଆସିଥିଲେ ।
ସାମାନ୍ୟ ଝଗଡ଼ାକୁ କେନ୍ଦ୍ରକରି ବିଷ ପିଇଲେ ୨ ଭଉଣୀ ! ବଡ଼ଭଉଣୀ ମୃତ, ସାନ ଗୁରୁତର
ବୌଦ୍ଧ: ବିଷପିଇ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ । ବଡ଼ଭଉଣୀ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ । ସାନ ଭଉଣୀ ଗୁରୁତର ଅବସ୍ଥା ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ । ହରଭଙ୍ଗା ଥାନା ମହାଲିକପଡା ଗ୍ରାମର ଘଟଣା । ଘରେ କେହି ନଥିବା ବେଳେ ଝଗଡ଼ା ପରେ ୨ ଭଉଣୀ ବିଷ ପିଇ ଦେଇଥିବା ଜଣାପଡିଛି । ମୃତ ବଡ ଭଉଣୀ ହେଲେ ନଳିନୀ ସାହୁ ଏବଂ ଗୁରୁତର ସାନ ଭଉଣୀ ଜଣକ ହେଲେ ସାଳିନୀ ସାହୁ । ଖବର ପାଇ ପୋଲିସ ହସ୍ପିଟାଲରେ […]