ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ସୁଧାକର ବୁର୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବତନ ଡିଜିପି ଅଭୟ ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ OSSC ସଦସ୍ୟ ଥିବା ସୁଧାକର ବୁର୍ଗୀଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବେ ସୁଧାକର ବୁର୍ଗୀ। ନିକଟରେ OSSC ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଧାକର ବୁର୍ଗୀ।
ସୂଚନାଯୋଗ୍ୟ ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରୁଥିବା ପୂର୍ବତନ ଡିଜିପି ଅଭୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଆଜି ସାଧାରଣ ପ୍ରଶାସନ ବିଭାଗ ତାକ ଇସ୍ତଫାକୁ ଗୃହୀତ କରିବା ପରେ ତାଙ୍କ ସ୍ଥାନରେ ସୁଧାକର ବର୍ଗିଙ୍କୁ OSSC ଅଧ୍ୟକ୍ଷ ଭାବରେ ନିଯୁକ୍ତ ପ୍ରଦାନ କରିଛି।
ଉଲ୍ଲେଖଯୋଗ୍ୟ ୨୦୨୧ ଡିସେମ୍ବର ୩୧ରେ ଡିଜିପି ପଦରୁ ଆଇପିଏସ୍ ଅଭୟଙ୍କ ଇସ୍ତଫା ପରେ ୨୦୨୨ ଏପ୍ରିଲ ୧୩ରେ ତାଙ୍କୁ ତତ୍କାଳୀନ ସରକାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ସେବେଠୁ ଆଇପିଏସ୍ ଅଭୟ OSSC ଅଧ୍ୟକ୍ଷ ଭାବେ କାର୍ଯ୍ୟକରିଆସୁଥିଲେ।