ଚାନ୍ଦିପୁର ଲଞ୍ଚପ୍ୟାଡରୁ ପରୀକ୍ଷା ହେଲା ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ‘ନିର୍ଭୟ’

ବାଲେଶ୍ଵର : ବାଲେଶ୍ଵର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ଦିନ ପ୍ରାୟ ୧୦ଟା ୪୩ ମିନିଟ ସମୟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷା ହୋଇଛି। ନିର୍ଭୟର ଲକ୍ଷ୍ୟ ଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି ବୋଲି ଜଣାପଡିଛି। ଏଥିରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ଯାହା ଶତୃପକ୍ଷର ଚିନ୍ତା ବଢ଼ାଇବାରେ ସକ୍ଷମ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି।ଉତକ୍ଷେପଣ […]

ବାଲେଶ୍ଵର : ବାଲେଶ୍ଵର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ଦିନ ପ୍ରାୟ ୧୦ଟା ୪୩ ମିନିଟ ସମୟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷା ହୋଇଛି।

ନିର୍ଭୟର ଲକ୍ଷ୍ୟ ଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି ବୋଲି ଜଣାପଡିଛି। ଏଥିରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ଯାହା ଶତୃପକ୍ଷର ଚିନ୍ତା ବଢ଼ାଇବାରେ ସକ୍ଷମ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି।ଉତକ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡାଣକରି ଶତ୍ରୁ ଉପରକୁ ସିଧା ଆକ୍ରମଣ କରିପାରିବ। ସବସୋନିକ କ୍ରୁଜ ମିସାଇଲ ନିର୍ଭୟ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବାରେ ବିଶେଷ ସହାୟକ ହେବ ବୋଲି କୁହାଯାଉଛି।

About The Author: The Sakala