ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କଇଁଫୁଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଡିପ୍ ବୋରୱେଲରେ ଜଣେ ବୃଦ୍ଧା ଖସିପଡ଼ିଛନ୍ତି। ବୃଦ୍ଧା ଜଣକ ୨୦ ଫୁଟ ତଲେ ଥିବା ସୂଚନା। ବୃଦ୍ଧା ଜଣଙ୍କ ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର ଗାଁର ୬୦ବର୍ଷୀୟା ଦୁଃଖୀ ନେଗୀ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗତକାଲି ଉକ୍ତ ବୃଦ୍ଧା ନିଜ ଝିଅ ଘର କଇଁଫୁଲ ଗାଁକୁ ଆସିଥିଲେ। ଗତକାଲି ରାତିରେ ଝିଅ ଘର ବାଡି ପଟେ ଏକ ବୋରୱେଲରେ ପଡିଯାଇଥିଲେ। ବୋରୱେଲ ନୂତନ ଭାବେ ଖୋଳା ଯାଇଥିବା ବେଳେ ପ୍ରାୟ ୨୦ଫୁଟ ଅଧିକ ଓସାରିଆ ଥିବାରୁ ମହିଳା ଖସି ପଡିଥିଲେ। ତେବେ ବର୍ତ୍ତମାନ ମହିଳା ୨୦ଫୁଟ ତଳେ ଥିବା ବେଳେ ସୋନପୁର ଓ ତରଭା ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏପରିକି ବର୍ତ୍ତମାନ ବୋରୱେଲ ଭିତରକୁ ଅକ୍ସିଜେନ ମଧ୍ୟ ଦିଆଯାଇଛି ଓ ଜେସିବି ମେସିନ ଡକାଯାଇ ମହିଳାଙ୍କୁ ଉଦ୍ଧାର କରିବା ପ୍ରୟାସ କରାଯାଉଛି।