ଭିଜିଲାନ୍ସ ଜାଲରେ ଉଲୁଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଧାଂଶୁ ଶେଖର ରଣା

ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ପଡିଛନ୍ତି ଉଲୁଣ୍ଡା ବ୍ଲକ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା । ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ଫାର୍ମ ପୋଖରୀର ମଷ୍ଟର ରୋଲ ପ୍ରସ୍ତୁତ କରିବାକୁ ଲାଞ୍ଚ ମାଗିଥିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା। ଏହାପରେ ଉକ୍ତବ୍ୟକ୍ତି ଜଣଙ୍କ ଭିଜିଲାନ୍ସକୁ ଖବର ଦେଇଥିଲେ। ଏନେଇ ଯୋଜନା ମୁତାବକ ଆଜି ମୃତ୍ତିକା ସଂରକ୍ଷଣ ଅଧିକାରୀ […]

ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ପଡିଛନ୍ତି ଉଲୁଣ୍ଡା ବ୍ଲକ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା । ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।

ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ଫାର୍ମ ପୋଖରୀର ମଷ୍ଟର ରୋଲ ପ୍ରସ୍ତୁତ କରିବାକୁ ଲାଞ୍ଚ ମାଗିଥିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା। ଏହାପରେ ଉକ୍ତବ୍ୟକ୍ତି ଜଣଙ୍କ ଭିଜିଲାନ୍ସକୁ ଖବର ଦେଇଥିଲେ। ଏନେଇ ଯୋଜନା ମୁତାବକ ଆଜି ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣା ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ଏଥି ସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୁଧାଂଶୁ ଶେଖର ରଣାଙ୍କର ଆଉ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

About The Author: The Sakala