ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା: ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା। ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ପରିବାରକୁ ମିଳିବ ୪ଲକ୍ଷ ଟଙ୍କାର ସହାୟତା ରାଶି । ରିଲିଫ୍ କୋଡ୍ ଅନୁସାରେ ସହାୟତା ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଖବର ଅନୁଯାୟୀ, ରବିବାର ଦିନ ଭୁବନେଶ୍ୱର ଶତାବ୍ଦୀ ନଗର ଡ୍ରେନ୍‌ରେ ଜଣେ ଦଶମ ଶ୍ରେଣି ଛାତ୍ର ଭାସିଯାଇଥିଲେ । ରବିବାର ଦିନ ଅପରାହ୍ନରୁ ସଂଧ୍ୟା ପର୍ଯ୍ଯନ୍ତ […]

ଭୁବନେଶ୍ୱର: ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା। ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ପରିବାରକୁ ମିଳିବ ୪ଲକ୍ଷ ଟଙ୍କାର ସହାୟତା ରାଶି । ରିଲିଫ୍ କୋଡ୍ ଅନୁସାରେ ସହାୟତା ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଖବର ଅନୁଯାୟୀ, ରବିବାର ଦିନ ଭୁବନେଶ୍ୱର ଶତାବ୍ଦୀ ନଗର ଡ୍ରେନ୍‌ରେ ଜଣେ ଦଶମ ଶ୍ରେଣି ଛାତ୍ର ଭାସିଯାଇଥିଲେ । ରବିବାର ଦିନ ଅପରାହ୍ନରୁ ସଂଧ୍ୟା ପର୍ଯ୍ଯନ୍ତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି  ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗର ନିକଟ ନାଳରୁ ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ କରାଯାଇଥିଲା।

About The Author: The Sakala