ଦୃଢ଼ ଇଚ୍ଛାଶକ୍ତି ଆଣିଲା ସଫଳତା : ୫୭ ବର୍ଷ ବୟସରେ ମାଟ୍ରିକ୍‍ ପାସ୍‍କଲେ ଆଶାଦିଦି

ଭଦ୍ରକ/ଭଣ୍ଡାରିପୋଖରୀ : ଦୃଢ଼ ଇଚ୍ଛାଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ ଏଥିରେ ସନ୍ଦେହ ନାହିଁ। ଏପରିକି ବୟସର ଅପରାହ୍ଣରେ ମଧ୍ୟ ଜଣେ ଶିକ୍ଷାକ୍ଷେତ୍ରରେ ମନୋନିବେଶ କରି ପରୀକ୍ଷାରେ କୃତକାର୍ଯ୍ୟ ହେବା କିଛି ଅସମ୍ଭବ ନୁହଁ। ୫୭ ବର୍ଷ ବୟସରେ ଆଶାଦିଦି ସ୍ୱର୍ଣ୍ଣଲତା ପତି ମାଟ୍ରିକ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। କରୋନା ମହାମାରୀ ସମୟରେ ଆଶାଦିଦି ଭାବେ ଲୋକଙ୍କ ସେବା କରିବା ସହ କରୋନାରୁ କିପରି ଦୂରେଇ ହେବ ସେନେଇ […]

ଭଦ୍ରକ/ଭଣ୍ଡାରିପୋଖରୀ : ଦୃଢ଼ ଇଚ୍ଛାଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ ଏଥିରେ ସନ୍ଦେହ ନାହିଁ। ଏପରିକି ବୟସର ଅପରାହ୍ଣରେ ମଧ୍ୟ ଜଣେ ଶିକ୍ଷାକ୍ଷେତ୍ରରେ ମନୋନିବେଶ କରି ପରୀକ୍ଷାରେ କୃତକାର୍ଯ୍ୟ ହେବା କିଛି ଅସମ୍ଭବ ନୁହଁ। ୫୭ ବର୍ଷ ବୟସରେ ଆଶାଦିଦି ସ୍ୱର୍ଣ୍ଣଲତା ପତି ମାଟ୍ରିକ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। କରୋନା ମହାମାରୀ ସମୟରେ ଆଶାଦିଦି ଭାବେ ଲୋକଙ୍କ ସେବା କରିବା ସହ କରୋନାରୁ କିପରି ଦୂରେଇ ହେବ ସେନେଇ ସଚେତନ କରୁଛନ୍ତି। ଏହା ସହ ପାଠପଢ଼଼ାକୁ ମଧ୍ୟ ଜାବୁଡ଼ି ଧରି ଶେଷରେ ସଫଳତା ହାସଲ କରିଛନ୍ତି। ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‍ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ସ୍ୱର୍ଣ୍ଣଲତା ପତି ଦୀର୍ଘ ବର୍ଷ ହେବ ପିଲା ଛୁଆଙ୍କୁ ନେଇ ସଂସାର ଚଳାଉଛନ୍ତି।

ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀ ତାଙ୍କଠାରୁ ଅଲଗା ହୋଇଯାଇଥିବା ବେଳେ ସ୍ୱର୍ଣ୍ଣଲତା ଭାଗ୍ୟକୁ ଆଦରି ପିଲାଛୁଆଙ୍କୁ ଧରି କଷ୍ଟେମଷ୍ଟେ ଚଳି ଆସୁଛନ୍ତି। ଏହାରି ଭିତରେ ସେ ଆଶାଦିଦି ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ଜଣେ ମାଟ୍ରିକ୍‍ ପାସ୍‍କଲେ ତାଙ୍କୁ ଚାକିରି କାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା। ଏହାକୁ ଆଧାର କରି ସ୍ୱର୍ଣ୍ଣଲତା ଚଳିତ ବର୍ଷ ୫୭ବର୍ଷ ବୟସରେ ମାଟ୍ରିକ୍‍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ଏହାପରେ ସେ ଭଦ୍ରକ ସ୍ଥିତ ବାଗୁରାଇ ସ୍କୁଲ୍‍ରେ ପରୀକ୍ଷା ଦେଇଥିବାବେଳେ ରେଜଲ୍ଟ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜାଣିବାକୁ ପାଇଥିଲେ। ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ମାତ୍ର ଛଅମାସ ଭିତରେ ପାଠ୍ୟପୁସ୍ତକ ଅଧ୍ୟୟନ କରି ମାଟ୍ରିକ୍‍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

About The Author: The Sakala