ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ସମାଲୋଚନା

ଭୁବନେଶ୍ବର: ଦଳୀୟ ସାଂସଦଙ୍କ ସମାଲୋଚନାର ଶିକାର ହେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଦେବାଶିଷ ସମାଲୋଚନାର ଶିକାର ହୋଇଛନ୍ତି। ବିଜେଡିର ୩ ସାଂସଦ ଦେବାଶିଷଙ୍କୁ କଡା ସମାଲୋଚନା କରିଛନ୍ତି। ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ସମେତ ସୁଲତା ଦେଓ ଏବଂ ନିରଞ୍ଜନ ବିଶି ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟଙ୍କୁ କଡା ସମାଲୋଚନା କରିଛନ୍ତି। ୧୦ମାସ ପୂର୍ବରୁ ରାଜନୀତିରୁ ସନ୍ୟାସ ନେଇସାରିଥିବା ବ୍ୟକ୍ତିଙ୍କ ବିଷୟରେ କାହିଁକି ଆଲୋଚନା କରୁଛନ୍ତି ବୋଲି ଲେଖି ନିଜ […]

ଭୁବନେଶ୍ବର: ଦଳୀୟ ସାଂସଦଙ୍କ ସମାଲୋଚନାର ଶିକାର ହେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ଦେବାଶିଷ ସମାଲୋଚନାର ଶିକାର ହୋଇଛନ୍ତି। ବିଜେଡିର ୩ ସାଂସଦ ଦେବାଶିଷଙ୍କୁ କଡା ସମାଲୋଚନା କରିଛନ୍ତି। ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ସମେତ ସୁଲତା ଦେଓ ଏବଂ ନିରଞ୍ଜନ ବିଶି ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟଙ୍କୁ କଡା ସମାଲୋଚନା କରିଛନ୍ତି।

୧୦ମାସ ପୂର୍ବରୁ ରାଜନୀତିରୁ ସନ୍ୟାସ ନେଇସାରିଥିବା ବ୍ୟକ୍ତିଙ୍କ ବିଷୟରେ କାହିଁକି ଆଲୋଚନା କରୁଛନ୍ତି ବୋଲି ଲେଖି ନିଜ ଏକ୍ସ ହ୍ୟାଣ୍ଡେଲରେ ଦେବାଶିଷଙ୍କୁ ପ୍ରଶ୍ନ କରିଛନ୍ତି ସାଂସଦ  ମାନସ ମଙ୍ଗରାଜ। ଦଳୀୟ ବୈଠକ କିମ୍ବା ରାଜନୈତିକ କାମରେ ସାମିଲ ହୋଉନାହାନ୍ତି ପାଣ୍ଡିଆନ। ଦଳର ସର୍ବମାନ୍ୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଦଳୀୟ ପ୍ରସଙ୍ଗରେ ସବୁ ନିଷ୍ପତି ନବୀନ ହିଁ ନେଉଛନ୍ତି। ଯାହାର ଯାହା ଅଭିଯୋଗ ନବୀନଙ୍କୁ ଜଣାଇବା କଥା। ବରିଷ୍ଠ ନେତାମାନେ ଦଳର ସଭାପତିଙ୍କୁ ଭେଟି ନିଜର ସମସ୍ୟା ଜଣାଉଛନ୍ତି। ଦେବାଶିଷ ସାମନ୍ତରାୟ ଏହା ନକରି ଗଣମାଧ୍ୟମକୁ ଯାଉଛନ୍ତି, ରାଜନୀତିରୁ ସନ୍ୟାସ ନେଇଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ବାରମ୍ବାର କହୁଛନ୍ତି। ନ୍ୟସ୍ତ ସ୍ୱାର୍ଥ ପାଇଁ ମନ୍ଦ ଉଦ୍ଦେଶ୍ୟ ରଖି ଦେବାଶିଷ ଏଭଳି ମନ୍ତବ୍ୟ ଦେଉଥିବା କହି ଏକ୍ସରେ କଡା ସମାଲୋଚନା କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ସେହିପରି ସାଂସଦ ସୁଲତା ଦେଓ ଏବଂ ନିରଞ୍ଜନ ବିଶି ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ବର୍ଷିଛନ୍ତି। ସୁଲତା ନିଜ ପୋଷ୍ଟରେ ଲେଖିଛନ୍ତି , ପୁଲୱାମା ଆଟାକରେ ସହିଦ ମନୋଜ କୁମାର ବେହେରାଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ତତକାଳିନ ସମୟରେ ପାଣ୍ଡିଆନ ଚା ପକାଇଥିଲେ।।ହା ଳରେ ସେବେଠାରୁ ଦେବାଶିଷ ସାମନ୍ତରାୟଙ୍କ ରାଗ ପାଣ୍ଡିଆନଙ୍କ ଉପରେ ଥିଲା। ପୁନଶ୍ଚ ପାର୍ଲିଆମେଂଟରେ ଭୋଟ୍‌ ଦାନ ରାତି କୌଣସି କାରଣରୁ ଦେବାଶିଷ ଶୋଇ ପଡିବାରୁ ନିଜ ଭୁଲ ଲୁଚାଇବାକୁ ଅନ୍ୟକୁ ଦୋଷ ଦେଉଛନ୍ତି। ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ସୁଲତା ନିଜ ପୋଷ୍ଟରେ ଲେଖିବା ସହ ଏଭଳି କାମରୁ ନିବୃତ ରହିବାକୁ ଦେବାଶିଷଙ୍କୁ ଅନୁରୋଧ କରିଛନ୍ତି। ସେହିପରି ନିରଞ୍ଜନ ବିଶି ଲେଖିଛନ୍ତି, ଭି. କାର୍ତିକେୟନ ପାଣ୍ଡିଆନ ବହୁତ ଦିନ ହେଲା ରାଜନୀତିରୁ ବିଦାୟ ନେଇସାରିଛନ୍ତି। କିନ୍ତୁ ୱାକ ବିଲ ବିଷୟରେ ତାଙ୍କୁ ଅଥାରେ ବଦନାମ କରାଯାଉଛି। ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିବୃତିକୁ ନିନ୍ଦା କରିବା ସହ କିଛି ଅଭିସନ୍ଧି ରଖି ଦେବାଶିଷ ଏକଥା କହୁଛନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିରଞ୍ଜନ।

About The Author: The Sakala