ହେମଗିରି ଡାକ୍ତରଖାନା ପରିସରରେ ବୁଲାକୁକୁରଙ୍କ ଆତଙ୍କ

ହେମଗିରି: ହେମଗିରି ଡାକ୍ତରଖାନା ପରିସରରେ ବୁଲାକୁକୁରଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ବହୁଦିନରୁ ଡାକ୍ତରଖାନା ପରିସରରେ ଅନ୍ଧାର ସାଙ୍ଗକୁ ବୁଲାକୁକୁରଙ୍କ ଆତଙ୍କ ଲାଗିରହିଛି। ଗତ ଗୁରୁବାର ରାତିରେ ଜନୈକ ମହିଳା ଆଟେଣ୍ଡାଂଟଙ୍କୁ କୁକୁର କାମୁଡି କ୍ଷତାକ୍ତ କରିଛି। ମହିଳା ଜଣକ ପାଞ୍ଚପେଡି ଗ୍ରାମର ବୋଲି ଜଣାପଡିଛି। ପଞ୍ଚାୟତ ଅଫିସ୍ , ପଶୁ ଚିକିତ୍ସାଳୟ ତଥା ଡାକ୍ତରଖାନା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ।

About The Author: The Sakala