ସରକାରୀ ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର। ବୈଷୟିକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର। ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍‌ନିକର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ ହୋଇଛି। ୧୭ହଜାର ୧୨ଜଣ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ ଫି’ ବାବଦରେ ଆନୁମାନିକ ୫କୋଟି ୧୦ଲକ୍ଷ ଟଙ୍କା ଛାଡ଼ କରାଯାଇଛି। ମହାମାରୀ କରୋନା ପାଇଁ ଲକ୍‌ଡାଉନ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ଅନୁଷ୍ଠାନ ଏପ୍ରିଲ ୨୦୨୦ ଠାରୁ […]

ଭୁବନେଶ୍ବର : ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର। ବୈଷୟିକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର। ସମସ୍ତ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ଓ ପଲିଟେକ୍‌ନିକର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ ହୋଇଛି। ୧୭ହଜାର ୧୨ଜଣ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ ଫି’ ବାବଦରେ ଆନୁମାନିକ ୫କୋଟି ୧୦ଲକ୍ଷ ଟଙ୍କା ଛାଡ଼ କରାଯାଇଛି।

ମହାମାରୀ କରୋନା ପାଇଁ ଲକ୍‌ଡାଉନ ସମୟରେ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ଅନୁଷ୍ଠାନ ଏପ୍ରିଲ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ୟ୍ୟନ୍ତ ବନ୍ଦ ରହିଥିଲା। ଛାତ୍ରଛାତ୍ରୀମାନେ ଏହି ସମୟରେ ହଷ୍ଟେଲ ସୁବିଧା ଉପଯୋଗ କରିନଥିଲେ। ମହାମାରୀ ସମୟରେ ଅନେକ ସାଧାରଣ ଜନତା ନାନା ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ରାଜ୍ୟ ସରକାର ସହୃଦୟତାର ସହ ବିଚାର କରି ଫି ଛାଡ଼ କରିଛନ୍ତି।

About The Author: The Sakala