ବଦଳିବ ରାଜ୍ୟ କ୍ୟାବିନେଟ ଢାଞ୍ଚା, ୩ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ…

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ। ୫ଦିନ ପୂର୍ବରୁ କ୍ୟାବିନେଟ ବୈଠକ ତାରିଖ ଚୂଡାନ୍ତ ହେବ। ୩ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ। ମନ୍ତ୍ରୀଙ୍କ ପାଖକୁ ୨ ଦିନ ପୂର୍ବରୁ କ୍ୟାବିନେଟ ପ୍ରସ୍ତାବର ଫାଇଲ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ ବିଭାଗକୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ବିଭାଗ ସଚିବ। ଚିଠିରେ […]

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ। ୫ଦିନ ପୂର୍ବରୁ କ୍ୟାବିନେଟ ବୈଠକ ତାରିଖ ଚୂଡାନ୍ତ ହେବ। ୩ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ। ମନ୍ତ୍ରୀଙ୍କ ପାଖକୁ ୨ ଦିନ ପୂର୍ବରୁ କ୍ୟାବିନେଟ ପ୍ରସ୍ତାବର ଫାଇଲ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ ବିଭାଗକୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ବିଭାଗ ସଚିବ।

ଚିଠିରେ ଉଲ୍ଲେଖ ରହିଛି, ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ ସଚିବ କ୍ୟାବିନେଟରେ ବସି ପାରିବେ ନାହିଁ। କ୍ୟାବିନେଟ ଏଜେଣ୍ଡାରେ ଥିବା ପ୍ରସ୍ତାବ ସମ୍ପର୍କିତ ବିଭାଗୀୟ ସଚିବ ମାନେ କ୍ୟାବିନେଟ ରୁମରେ ନ ବସି ପାଖ ରୁମରେ ବସିବେ। ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବମାନେ କ୍ୟାବିନେଟ ବୈଠକ ରୁମକୁ ଯାଇ ପାରିବେ। ପ୍ରସ୍ତାବ ଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀମାନଙ୍କ ଦାୟିତ୍ୱ ବୋଲି କୁହା ଯାଇଛି।

About The Author: The Sakala