ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟ ବୈଠକ ।ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟାବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ଦଶହରା ପୂର୍ବରୁ କ୍ୟାବିନେଟରେ କି ନିଷ୍ପତ୍ତି ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟ ସରକାରଙ୍କ ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଆଇନ ବିଭାଗ ସମ୍ବନ୍ଧୀୟ କିଛି ପ୍ରସ୍ତାବ କ୍ୟାବିନେଟରେ ଆଲୋଚନା […]

ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟ ବୈଠକ ।ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟାବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ଦଶହରା ପୂର୍ବରୁ କ୍ୟାବିନେଟରେ କି ନିଷ୍ପତ୍ତି ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟ ସରକାରଙ୍କ ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଆଇନ ବିଭାଗ ସମ୍ବନ୍ଧୀୟ କିଛି ପ୍ରସ୍ତାବ କ୍ୟାବିନେଟରେ ଆଲୋଚନା ହେବ ।

ଗତ ସପ୍ତାହରେ କ୍ୟାବିନେଟ୍‌ ବୈଠକ ବସି ୩୨ଟି ପ୍ରସ୍ତାବ ପାରିତ ହୋଇଥିଲା। ସାତ ଦିନ ବ୍ୟବଧାନରେ ପୁନର୍ବାର କ୍ୟାବିନେଟ୍‌ ଡକାଯାଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ଏଥି ସହିତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ କିଛି ବଡ଼ ଘୋଷଣା ହୋଇପାରେ। ଆଜିର କ୍ୟାବିନେଟ୍‌ ବୈଠକରେ ପ୍ରାୟ ୮ରୁ ୧୦ଟି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ପାଇପାରେ।

About The Author: The Sakala