ଆଜି ରାଜ୍ୟ ବିଜେପି ସଭାପତି ନାମାଙ୍କନ…

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ପଦକୁ ନୋଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସୋମବାର ଏହାଉପରୁ ପରଦା ଉଠିବ। ସୋମବାର ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ସଭାପତି ଦୌଡ଼ରେ ମନମୋହନ ସାମଲ ସବୁଠାରୁ ଆଗରେ ରହିଥିବା ବେଳେ ଦଳର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାମ ମଧ୍ୟ ସଭାପତି ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ତେବେ ଏକାଧିକ ନାମାଙ୍କନ […]

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ପଦକୁ ନୋଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସୋମବାର ଏହାଉପରୁ ପରଦା ଉଠିବ। ସୋମବାର ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ସଭାପତି ଦୌଡ଼ରେ ମନମୋହନ ସାମଲ ସବୁଠାରୁ ଆଗରେ ରହିଥିବା ବେଳେ ଦଳର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାମ ମଧ୍ୟ ସଭାପତି ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ତେବେ ଏକାଧିକ ନାମାଙ୍କନ ପରିବର୍ତ୍ତେ ଦଳୀୟ ସଭାପତି ଚୟନ ସହମତି ଭିତ୍ତିରେ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଆଜ ପୂର୍ବାହ୍ନ ୧୧ଟାରୁ ୨ଟା ସୁଦ୍ଧା ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ। ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ସଂକ୍ରାନ୍ତ ଆପତ୍ତିି ଅଭିଯୋଗର ଯାଞ୍ଚ କରାଯାଇ ୪ଟା ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ । ଆବଶ୍ୟକ ହେଲେ ୮ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ। ଗତ ୧ରୁ ୩ ତାରିଖ ମଧ୍ୟରେ ପୂର୍ବରୁ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ପୁରୀରେ ଘଟିଥିବା ଦଳାଚକଟା ମୃତ୍ୟୁ କାରଣରୁ ଏହି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା।

About The Author: The Sakala